ନୂଆଦିଲ୍ଲୀ,୧୮।୨: ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ, ଗଲଗୋଟିଆସ୍ ବିଶ୍ୱବିଦ୍ୟାଳୟ ନିଜ ନାମରେ ଏକ ଚୀନ୍ ରୋବୋଟ୍ ଡଗ ନିଜେ ତିଆରି କରିଥିବାର ଦେଖାଇଥିଲା। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରଫେସର ନେହା ସିଂହ ଏହି ଦାବି କରୁଥିବାର ଦେଖାଯାଇଥିଲା। ଭିଡିଓ ପରେ, ବିଶ୍ୱବିଦ୍ୟାଳୟକୁ ସୋସିଆଲ ମିଡିଆରେ କରାଯାଇଥିଲା ଜୋରଦାର ସମାଲୋଚନାର । ଲୋକମାନେ ଅଭିଯୋଗ କରିଥିଲେ ଯେ ବିଶ୍ୱବିଦ୍ୟାଳୟ ଚୀନ୍ କମ୍ପାନୀ ୟୁନିଟ୍ରିର ଏକ ରୋବୋଟ୍ କିଣିଛି ଏବଂ ଏହାକୁ ନିଜର ଉଦ୍ଭାବନ ବୋଲି କହି ଉପସ୍ଥାପନ କରିଛି। ସୋସିଆଲ ମିଡିଆରେ ଟ୍ରୋଲ ପରେ, ବିଶ୍ୱବିଦ୍ୟାଳୟକୁ ଏଆଇ ସମ୍ମିଳନୀରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ପରେ ଏବେ ୟୁନିଭର୍ସିଟିର ପ୍ରଫେସର ନେହା ସିଂହ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଚାରିଆଡେ ତାଙ୍କର ଭିଡିଓ ଭାଇରାଲ ହେଉଛି। ଆସନ୍ତୁ ଜାଣିବା ଏହି ପୁରା ବିବାଦ କ’ଣ ଓ ପ୍ରଫେସର ନେହା ସିଂହ କିଏ? ସୋସିଆଲ ମିଡିଆରେ ଟ୍ରୋଲ ପରେ, ବିଶ୍ୱବିଦ୍ୟାଳୟକୁ ଏଆଇ ସମ୍ମିଳନୀରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ପରେ ଏବେ ୟୁନିଭର୍ସିଟିର ପ୍ରଫେସର ନେହା ସିଂହ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଚାରିଆଡେ ତାଙ୍କର ଭିଡିଓ ଭାଇରାଲ ହେଉଛି। ଆସନ୍ତୁ ଜାଣିବା ଏହି ପୁରା ବିବାଦ କ’ଣ ଓ ପ୍ରଫେସର ନେହା ସିଂହ କିଏ?
ଇଣ୍ଡିଆ ଏଆଇ ସମିଟ୍ରେ ୟୁନିଭର୍ସିଟିର ପ୍ରଫେସର ନେହା ସିଂହ ରୋବୋଟ୍ ଡଗ୍ ଦେଖାଇ କହିଥିଲେ, ଏହାର ନାଁ ଓରିୟନ୍। ଏହି ରୋବୋଟ୍ ଡଗ୍ ସେଣ୍ଟର ଅଫ ଏକ୍ସିଲେନ୍ସରେ ତିଆରି କରାଯାଇଛି। ଓରିଅନ୍ କ୍ୟାମ୍ପସ ଭିତରେ ବୁଲିଥାଏ ଓ ସର୍ଭିଲାନ୍ସ ଏବଂ ମନିଟରିଂ କାମ କରିଥାଏ। ଭିଡିଓ ଭାଇରାଲ ହେବାମାତ୍ରେ ଲୋକମାନେ ତୁରନ୍ତ ଏହି ମିଛ ଧରି ନେଇଥିଲେ। ରୋବୋଟ୍ ଚାଇନିଜ୍ କମ୍ପାନୀ ୟୁଟ୍ରିନର ଜଣାପଡିଥିଲା। ୟୁଟ୍ରିନ୍ର ଗୋ୨ ମଡେଲ୍ ଅନଲାଇନ୍ରେ ୨-୩ ଲକ୍ଷ ଟଙ୍କାରେ ମିଳିଯାଉଛି। ଲୋକ କହିଥିଲେ ବିଦେଶୀ ପ୍ରଡକ୍ଟକୁ ନିଜର କହୁଛନ୍ତି। ଏପରିକି ୟୁନିଭର୍ସିଟି ୩୫୦ କୋଟି ଖର୍ଚ୍ଚ କରିଛି ବୋଲି କୁହାଯଇଥିଲା। ଏହାକୁ ନେଇ ବିବାଦ ପରେ ୟୁନିଭର୍ସିଟିକୁ ସମିଟ୍ରୁ ବାହାର ହେବାକୁ ନିର୍ଦେଶ ଦିଆଯାଇଥିଲା।ତେବେ ୟୁନିଭର୍ସିଟି ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି।
ଗଲଗୋଟିଆସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଯାହାଙ୍କ ବୟାନ ଏପରି ହଇଚଇ ସୃଷ୍ଟି କରିଥିଲା ସେ ହେଉଛନ୍ତି ନେହା ସିଂହ। ଗଲଗୋଟିଆସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ନେହା ସିଂହ ୨୦୦୬ରେ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରୁ ତାଙ୍କର MBA ଡିଗ୍ରୀ ହାସଲ କରିଥିଲେ। ଏହା ପୂର୍ବରୁ, ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ତାଙ୍କର ବିକମ୍ ଡିଗ୍ରୀ ହାସଲ କରିଥିଲେ। ନେହା ସିଂହ ନଭେମ୍ବର ୨୦୨୩ ରୁ ଗଲଗୋଟିଆସ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପୂର୍ବରୁ, ସେ ଶାରଦା ବିଶ୍ୱବିଦ୍ୟାଳୟରେ ଜଣେ ସହାୟକ ପ୍ରଫେସର ଏବଂ କ୍ୟାରିଅର୍ ଲଞ୍ଚର୍ରେ ଭର୍ବାଲ ଆବିଲିଟି ମେଣ୍ଟର ଥିଲେ। ନେହା GITAM ବିଶ୍ୱବିଦ୍ୟାଳୟରେ ମଧ୍ୟ କାମ କରିସାରିଛନ୍ତି। ବର୍ତ୍ତମାନ ସେ ଗଲଗୋଟିଆସ୍ ୟୁନିଭର୍ସିଟିରେ ସ୍କୁଲ ଅଫ୍ ବିଜନେସରେ ହେଡ୍ ଅଫ୍ ଡିପାର୍ଟମେଣ୍ଟ କମ୍ୟୁନିକେସନ୍ ଅଛନ୍ତି। ସେ କୋର ଟେକ୍ନିକାଲ ଫାକଲ୍ଟିର ଅଂଶ ନୁହଁନ୍ତି।
ଏଆଇ ସମ୍ମିଟ୍ ଭିଡିଓ ଭାଇରାଲ ହେବା ପରେ, ପ୍ରଫେସର ନେହା ସିଂହ ପିଟିଆଇକୁ କହିଥିଲେ ଯେ ସେ ରୋବୋଟର ଡେଭଲପମେଣ୍ଟ ଡିଟେଲ୍ସ ବିବରଣୀ ବିଷୟରେ ଜାଣିନଥିଲେ। ସେ କହିଛନ୍ତି ମୁଁ କେବେ ଦାବି କରିନାହାଁନ୍ତି ଯେ ବିଶ୍ୱବିଦ୍ୟାଳୟ ରୋବୋଟ ନିର୍ମାଣ କରିଛି। ନେହା କହିଛନ୍ତି ଯେ ଭିଡିଓଟିରେ ଯାହା ଆଲୋଚନା ହୋଇଛି କିଛି ଜିନିଷ ଭୁଲ ବୁଝାମଣା ହୋଇଥିଲା। ତାଙ୍କର ଲକ୍ଷ୍ୟ କେବଳ ଏପରି ପ୍ରଯୁକ୍ତିବିଦ୍ୟା ସହିତ କିଛି ଭଲ ନିର୍ମାଣ କରିବାକୁ ଛାତ୍ରମାନଙ୍କୁ ପ୍ରେରଣା ଦେବା ଥିଲା। ନେହା ଏହା ମଧ୍ୟ କହିଥିଲେ ଯେ ତୁମର ୯ ମୋର ୬ ମଧ୍ୟ ହୋଇପାରେ, ତେଣୁ ଏହି କଥାକୁ ବୁଝିବାରେ କେଉଁଠି ଭୁଲ ରହିଗଲା।’