ପ୍ରମୂଖ ଖବର
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଆସୁନି ଇଂରାଜୀ ପଢ଼ି, ଛାତ୍ରାଛାତ୍ରୀଙ୍କ ଉଚ୍ଚାରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

Published By : Manoj | August 19, 2025 11:30 AM

ପାତ୍ରପୁର,୧୯/୦୮: ପ୍ରାଥମିକ  ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପିଲା ଓଡ଼ିଆ ବହି ପଢ଼ିଲେ, ହେଲେ ଅଷ୍ଟମ ଶ୍ରେଣୀରେ ଇଂରାଜୀ ବହି ପଢ଼ିବା ପାଇଁ କହିବାରୁ କିଛି ପିଲା ଆଦୌ ପଢ଼ି ପାରିଲେ ନାହିଁ ।  ଜଣେ ଝିଅ ଅଳ୍ପ ଅଳ୍ପ ଶବ୍ଦ ଉଚ୍ଚାରଣ ଟିକିଏ ଟିକିଏ ଭୁଲ୍ କରି ପଢ଼ିଲେ । ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି  ଭାସନ୍‌ଙ୍କ ପାତ୍ରପୁର ବ୍ଲକ୍‌ ସୁବର୍ଣ୍ଣପୁର  ବିଦ୍ୟାଳୟ ଗସ୍ତ ସମୟରେ ଏଭଳି କିଛି  ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିକ୍ଷକ ରମଣିରଞ୍ଜନ ନାୟକଙ୍କୁ ଜିଲ୍ଲାପାଳ ପଚାରିଥିଲେ ଯେ- ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ଅଥଚ ଇଂରାଜୀ ଶବ୍ଦ ସଠିକ୍‌ ଉଚ୍ଚାରଣ କରିପାରୁ ନାହାନ୍ତି । ଯେଉଁ ପିଲା ଦୁର୍ବଳ ସେମାନଙ୍କୁ ଅଧିକ ସମୟ ଦିଅ ନଚେତ୍‌ ପିଲା ବୋର୍ଡ ପରୀକ୍ଷାରେ ପାସ୍‌ ହେବେ କେମିତି କହି ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । 

ଗଞ୍ଜାମ ଜିଲ୍ଲାପାଳ ସୋମବାର ଅପରାହ୍ଣରେ ପାତ୍ରପୁର  ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା  କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣାଧୀନ କୋଠା ଦେଖି ନିର୍ଦ୍ଧାରିତ ସମୟରେ ଭଲ ଭାବରେ କାମ ସାରିବାକୁ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ସୁବର୍ଣ୍ଣପୁର ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ପାଠପଢ଼ା ସହ ସ୍କୁଲ କୋଠା ଓ ନିର୍ମାଣାଧୀନ ଅଙ୍ଗନବାଡ଼ି କୋଠା ଦେଖିଥିଲେ । ବିଦ୍ୟାଳୟ ଶ୍ରେଣୀ ଗୃହରେ ଆଲୋକ ଅଭାବ ନେଇ ପ୍ରଧାନଶିକ୍ଷକ କହିଥିଲେ ।  

ପରେ ଜିଲ୍ଲାପାଳ ଜରଡ଼ା ଜେନାବନ୍ଧ ସ୍କୁଲକୁ ଯାଇ ନୂତନ ଶ୍ରେଣୀଗୃହ ଓ ଅଙ୍ଗନବାଡ଼ି କୋଠା ଦେଖିଥିଲେ । ଛୋଟ ପିଲାମାନେ ଜିଲ୍ଲାପାଳଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ । ପ୍ରଥମ, ଦ୍ୱିତୀୟ  ଓ ଶିଶୁବାଟିକା ପିଲାଙ୍କ ସଂଖ୍ୟା ଜ୍ଞାନ ପରୀକ୍ଷା କରି ପିଲାଙ୍କୁ ଗୋଲାକାର ଭାବେ ରଖି ସଂଖ୍ୟା ଆବୃତ୍ତି  କରିଥିଲେ ସେ । ପରେ ଜିଲ୍ଲାପାଳ ଜରଡ଼ା କଲ୍ୟାଣ ମଣ୍ଡପ କାର୍ଯ୍ୟ  ଦେଖିବା ସହ ପାର୍ଥସାରଥୀ ମନ୍ଦିର ଦର୍ଶନ କରିଥିଲେ। ମନ୍ଦିରର ଆବଶ୍ୟକତା ନେଇ କମିଟି ସଭାପତି ସୁରେଶ ପ୍ରଧାନ ଓ ସନ୍ତୋଷ ପାତ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଜରଡ଼ା ସାପ୍ତାହିକ ହାଟ ଉନ୍ନତୀକରଣ କାର୍ଯ୍ୟ ଦେଖି ଫେରିଥିଲେ । ଏହି ଗସ୍ତ ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରୋବେସନାରୀ  ଆଇଏଏସ୍‌ ମ୍ରିନାଲିକା ରାଠୋର, ପାତ୍ରପୁର ବିଡିଓ  ଲକ୍ଷ୍ମଣ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.