ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆମେରିକାରୁ ବିଦା ହେବେ ଅଠର ହଜାର ଭାରତୀୟ; ସରକାରୀ ବିଭାଗ ତରଫରୁ ଜାରିହେଲା ନୋଟିସ

Published By : Bijay Swain | December 13, 2024 6:11 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକା ଇତିହାସର ସବୁଠୁ ଅଧିକ ଅବୈଧ ପ୍ରବାସୀଙ୍କୁ ନିଜ ଦେଶରୁ ବାହାର କରିବେ ବୋଲି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାରରେ ଘୋଷଣା କରିଥିଲେ। ସେ ୨୦୨୫ ମସିହା ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ପଦରେ ବସିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷିରେ ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ) ବିଭାଗ ଦେଶରେ ଅବୈଧ ଭାବରେ ରହୁଥିବା ୧୫ ଲକ୍ଷ ଲୋକଙ୍କ ବିବରଣୀ ଜାରିକରିଛି। ଏହି ବିବରଣୀରେ ୧୮,୦୦୦ରୁ ଅଧିକ ଭାରତୀୟଙ୍କ ନାମ ରହିଛି। ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ଭାରତକୁ ଫେରାଇବା ପାଇଁ ଆମେରିକା ସରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। 

ଆମେରିକାରେ ମୋଟ ୧୫ ଲକ୍ଷରୁ ଅଧିକ ଲୋକ ଅବୈଧ ଭାବେ ରହୁଛନ୍ତି। ତା ମଧ୍ୟରେ ଭାରତରୁ ୧୭,୯୪୦ ଜଣ ଲୋକ ଆମେରିକାରେ ଅବୈଧ ଭାବେ ରହୁଥିବା ନେଇ ନଭେମ୍ବର ୨୦୨୪ରେ ଆଇସିଇ ଜାରି କରିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ନିଜ ଦେଶରୁ କାଢିବା ପାଇଁ ଆମେରିକା ସରକାର ରିମୋଭାଲ ଅର୍ଡର ଜାରିକରିଛନ୍ତି ବୋଲି ଜଣାପଡିଛି।

ଆମେରିକାରେ ଭାରତର ପ୍ରାୟ ୭,୨୫,୦୦୦ ଅବୈଧ ନାଗରିକ ରହୁଛନ୍ତି। ଯାହା ମେକ୍ସିକୋ ଓ ଏଲ ସାଲଭାଡୋର ଦେଶପରେ ତୃତୀୟ ସର୍ବାଧିକ ବୋଲି ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

ଆମେରିକା ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖରେ ଏକ ଚାଟାର୍ଡ ପ୍ଲେନ ଯୋଗେ ନିଜ ଦେଶରେ ରହୁଥିବା ଅବୈଧ ଭାରତୀୟ ନାଗରିକଙ୍କୁ ଭାରତକୁ ପଠାଇଥିଲା। ଏହି ଅପରେସନ ଭାରତୀୟ ସରକାର ଓ ଆମେରିକାର ହୋମଲାଣ୍ଡ ସିକ୍ୟୁରିଟି ଦ୍ୱାରା ମିଳିତ ଭାବେ କରାଯାଇଥିଲା। 

ଆମେରିକାରେ ରହୁଥିବା ହଜାରହଜାର ଅବୈଧ ଭାରତୀୟ ନାଗରିକ ନିଜର ସ୍ଥିତିକୁ ବୈଧ କରିବା ପାଇଁ ଅନେକ ସଂଘର୍ଷ କରୁଛନ୍ତି। ଆଇସିଇରୁ କ୍ଲିୟରାନ୍ସ ପାଇବାପାଇଁ ଅନେକ ଭାରତୀୟ ବର୍ଷବର୍ଷ ଧରି ଅପେକ୍ଷାରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଗତ ତିନି ଆର୍ଥିକ ବର୍ଷ ମଧ୍ୟରେ ଅମେରିକାରେ ଅବୈଧ ଭାବେ ପ୍ରବେଶ କରିବା ପାଇଁ ପ୍ରାୟ ୯୦,୦୦୦ ଭାରତୀୟଙ୍କୁ ଗିରଫ କରାଯାଇଛି। ଆଇସିଇ ଦ୍ୱାରା ପ୍ରକାଶିତ ରିପୋର୍ଟରେ ହୋଣ୍ଡୁରାସରୁ ସର୍ବାଧିକ ୨,୬୨,୬୫୧ ଜଣ ସର୍ବାଧିକ ଅବୈଧ ନାଗରିକ ଥିଲାବେଳେ ଏହାପଛକୁ ଗୁଏଟମାଳା, ମେକ୍ସିକୋ ଓ ଏଲ ସାଲଭାଡୋର ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.