PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ମୁଖ୍ୟମନ୍ତ୍ରୀ ହେବାପରେ ଟ୍ବିଟର ପ୍ରୋଫାଇଲ୍ ଫଟୋ ବଦଳାଇଲେ ଏକନାଥ ସିନ୍ଦେ, ବାଲାସାହେବଙ୍କ ପାଦ ପାଖେ ବସିଥିବା ଆସିଲେ ନଜର…

ମୁମ୍ବାଇ: ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗତକାଲି (ଗୁରୁବାର) ସନ୍ଧ୍ୟାରେ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେ ଟ୍ୱିଟରରେ ନିଜର ପ୍ରୋଫାଇଲ୍ ଫଟୋ ବଦଳାଇଛନ୍ତି । ସୂଚନାଥାଉକି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ମାନେ ଆରମ୍ଭରୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ବାଲ ଥାକରେଙ୍କୁ ବହୁତ ସମ୍ମାନ କରନ୍ତି । ସିନ୍ଦେଙ୍କ  ଦଳ ମଧ୍ୟ ଏହାର ନାମ ଶିବସେନା ବାଲାସାହେବ ଠାକରେ ଦଳରେ ପରିବର୍ତ୍ତନ କରିଛନ୍ତି । ଏଥିରେ ସିନ୍ଦେଙ୍କ ଗୋଷ୍ଠି ଦର୍ଶାଉଛନ୍ତି ଯେ ସେମାନେ ବାଲାସାହେବ ଠାକରେଙ୍କ ପ୍ରକୃତ ଅନୁଗାମୀ ।

ସୂଚନାଥାଉକି, ଯେ ସିନ୍ଦେ ଏବେ ପ୍ରୋଫାଇଲରେ ଯେଉଁ ଫଟୋ ରଖିଛନ୍ତି, ସେଥିରେ ବାଲାସାହେବ ଠାକରେଙ୍କ ସହିତ ନଜର ଆସିଛନ୍ତି । ଫଟୋରେ ବାଲାସାହେବଙ୍କୁ ଏକ ଚେୟାରରେ ବସିଥିବା ଦେଖିବାକୁ ମିଳୁଛି ଏବଂ ସିନ୍ଦେ ତାଙ୍କ ପାଖରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଯଦିଓ ବିଜେପିରେ ୧୧୫ ରୁ ୧୨୦ ଜଣ ବିଧାୟକ ଅଛନ୍ତି, ସେମାନେ ମୋତେ ସମର୍ଥନ କରିଛନ୍ତି ।  ମୁଁ ଏକ ବଡ଼ ହୃଦୟ ସହିତ ବାଲାସାହେବର ଜଣେ ସୈନିକ । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡା ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।