ମହାରାଷ୍ଟ୍ରରେ ରାଜନୀତି ସରଗରମ – ୪୦୦ ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ନିଜ ପାଖକୁ ଆଣି ପାରନ୍ତି ଏକନାଥ ସିନ୍ଦେ

ମୁମ୍ୱାଇ : ମହାରାଷ୍ଟ୍ରରେ ରାଜନୀତି ସରଗରମ। ଶିବସେନାର ବିଦ୍ରୋହୀ ବିଧାୟକ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଦେବାର ପ୍ରସ୍ତୁତିରେ। ବହୁ ସଂଖ୍ୟାରେ ଶିବସେନାର ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବା ପରେ , ସିନ୍ଦେ ଅତି କମ୍ରେ ୪୦୦ଜଣ ପୂର୍ବତନ ବିଧାୟକ ଓ କିଛି ସାଂସଦଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି , ଯେଉଁମାନେ ତାଙ୍କ ସପକ୍ଷରେ ଯାଇ ପାରନ୍ତି । ଲାଇଭ ହିନ୍ଦୁସ୍ତାନରେ ପ୍ରକାଶିତ ଖବର ଆଧାରରେ ଏକନାଥ ସିନ୍ଦେ ନୂଆ ସରକାରରେ ସାମିଲ ହେବା ପରେ ଏହି ପୂର୍ବତନ ବିଧାୟକ ଓ ସାଂସଦମାନେ ତାଙ୍କ ସହ ଯାଇ ପାରନ୍ତି।

ଶିବସେନାର ଅସଲ ଶକ୍ତି ବିଏମ୍ସି –
ଏହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଥିବା ଶିବସେନା ପାଇଁ ଆଉ ଏକ ବଡ଼ ଝଟକା ହୋଇପାରେ । କାରଣ କିଛି ହିଁ ମାସରେ ନଗର ନିଗମର ନିର୍ବାଚନ ହେବାର ଅଛି । ବିଶ୍ୱର ସବୁଠୁ ଧନୀ ବିଏମ୍ସିରେ ଶିବସେନାର ଦବଦବା ରହିଛି । ଏହି ସ୍ଥିତିରେ ଯଦି ଶିବସେନା କାର୍ଯ୍ୟାଳୟର ଅଧିକାରୀମାନେ ସିନ୍ଦେ କାମ୍ପକୁ ଯାଆନ୍ତି , ତ ପାର୍ଟି ପାଇଁ ବିଏମ୍ସି ନିର୍ବାଚନରେ ମୁସ୍କିଲ ସୃଷ୍ଟି ହୋଇପାରେ ।
କହି ରଖୁଛୁ କି , ବିଏମ୍ସିର ଅଧିକାଂଶ ନିଗମ ଗୁଡ଼ିକର କାର୍ଯ୍ୟକାଳ ମାର୍ଚ୍ଚରେ ହିଁ ସମାପ୍ତ ହୋଇ ଯାଇଥିଲା , ହେଲେ କରୋନା ଭାଇରସ ମହାମାରୀ ଓ ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ସର୍ଜରୀ ଯୋଗୁଁ ନିର୍ବାଚନରେ ବିଳମ୍ୱ ହୋଇଛି । ଦେଶର ସବୁଠୁ ବଡ଼ ମହାନଗର ପାଳିକା ବିଏମ୍ସିକୁ ଶିବସେନାର ପ୍ରକୃତ ଶକ୍ତି ଭାବେ ଜଣାଯାଏ ।