ଭୁବନେଶ୍ବର,୧୨/୦୪: ପାରିବାରିକ କଳହର କରୁଣ ପରିଣତି । ସମ୍ପର୍କରେ ପଡ଼ିଲା ରକ୍ତ ଛିଟା । ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ।  ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦପଲ୍ଲୀ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । ତେବେ ମୃତ ବ୍ୟକ୍ତି ଜଣକ ପପୁନ ରାଉତ ବୋଲି ଜଣାପଡ଼ିଛି  ।

ଏହା ମଧ୍ୟ ପଢନ୍ତୁ-  ବାଇକ୍ ଦୁର୍ଘଟଣାରେ ୨ ଗୁରୁତର, ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ ଯୁବକ

ସୂଚନା ମୁତାବକ, ବାଦପଲ୍ଲୀ ଗାଁର ମୃତ ପପୁନ ରାଉତ ବିଭିନ୍ନ ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲା । ହେଲେ କିଛି ମାସ ପୂର୍ବରୁ ସେ ଜେଲରୁ ଫେରିଥିବା ବେଳେ ଗତକାଲି ରାତିରେ ୨ ଭାଇଙ୍କ ମଧ୍ୟରେ କଳହ ହୋଇଥିଲା । ଯାହାକୁ ନେଇ ବଡ଼ ଭାଇ କୈଳାଶ ରାଉତ ରାଗି ଯାଇ ସାନ ଭାଇଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି।  ଏନେଇ ଖବର ପାଇ କୋଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏଥିସହ ପୋଲିସ ବଡ଼ ଭାଇ ଏବଂ ଭାଉଜ କୁ ଅଟକ ରଖି ପଚରାଉଚାର ଜାରି ରଖିଛି ।