ଆନନ୍ଦପୁର, ୦୬/୦୯: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରାଧିକାଦେଇପୁର ପଞ୍ଚାୟତ କୋହ୍ଲବେଢା ଗାଁରେ ଅଘଟଣ । ଘର କାନ୍ଥ ପଡି ନାବାଳକ ବଡ ପୁଅ  ମୃତ । ଏଥିରେ ସାନପୁଅ ଓ ମାଆ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ରାତିରେ କୋହ୍ଲବେଢା ଗାଁଚନ୍ଦନ ଜେନାଙ୍କ ପରିବାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ କାମ କରିବାକୁ ଯାଇଥିଲେ । ରାତିରେ ମା ଅଞ୍ଜନା ଜେନା ତାଙ୍କ ୨ ନାବାଳକ ପୁଅଙ୍କ ସହ ଘରେ ଶୋଇଥିଲେ । ଏହି ସମୟରେ ଘଟିଗଲା ଅଘଟଣ । ହଠାତ ଘରର କାନ୍ଥ ଭାଙ୍ଗି ପଡ଼ିଥିଲା । ଯେଉଁଥିରେ ୧୧ ବର୍ଷର ବଡ଼ ପୁଅର ମୃତ୍ୟୁ ହୋଇଥିଲା । ମାଆ ଅଞ୍ଜନା ଓ ୬ ବର୍ଷର ସାନ ପୁଅ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ​​​​​​​