ନୂଆଦିଲ୍ଲୀ,୨୬।୧୧: ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ ରିଭିଜନ୍ ବା ଏସଆଇଆର ଭିତରେ ନିର୍ବାଚନ କମିଶନ୍ କୋଲକାତା ପୁଲିସକୁ ଚିଠି ଲେଖିଛନ୍ତି। ଏଥିରେ ନିର୍ବାଚନ ଅଧିକାରୀଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନ୍ କୋଲକାତା ପୁଲିସ କମଶନରଙ୍କୁ ଚିଠି ଲେଖିକି କହିଛନ୍ତି ଯେ, ଏସଆଇଆର ଡ୍ୟୁଟିରେ ମୁତୟନ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ। ପତ୍ରରେ କୁହାଯାଇଛି ୨୪ ନଭେମ୍ବରରେ ମୁଖ୍ୟ ନିର୍ବଚନ କମିଶନରଙ୍କ କାର୍ଯ୍ୟାଳୟର ସୁରକ୍ଷାକୁ ଭାଙ୍ଗି ଦିଆଯାଇଛି। ଏହାଛଡା ନିର୍ବାଚନ କମିଶନ୍ , ଆଡିସନାଲ ଚିଫ୍ ଇଲେକ୍ଟୋରାଲ ଅଫିସର, ଜଏଣ୍ଟ ଚିଫ୍ ଇଲେକ୍ଟୋରାଲ ଅଫିସର ଓ ଡେପୁଟି ଚିଫ୍ ଇଲେକ୍ଟୋରାଲ ଅଫିସରଙ୍କ ସୁରକ୍ଷାକୁ ମଧ୍ୟ ଅଣଦେଖା କରାଯାଇଛି।
ଚିଠିରେ ଲେଖାଯାଇଛି, ନିର୍ବାଚନ କମିଶନ୍ ପୂର୍ବରୁ ଏହି ଘଟଣା ଉପରେ ନଜର ରଖିଥିଲେ। ମୁଖ୍ୟ ନିର୍ବାଚନ କମିଶନ୍ ଅଫିସରଙ୍କ ସୁରକ୍ଷା ସୁନିଶ୍ଚତ କରିବା ଖୁବ୍ ଆବଶ୍ୟକୀୟ। ତାଙ୍କ କାର୍ଯ୍ୟାଳୟ ଓ ଆବାସ ଉଭୟର ସୁରକ୍ଷା କଡାକଡି କରାଯାଉ। ଏହାଛଡା ଏସଆଇଆଇ ପକ୍ରିୟା ଓ ଡାଟାର ସୁରଧା ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ଉପାୟ ଗ୍ରହଣ କରାଯାଉ। ନିର୍ବାଚନ କମିଶନ୍ କହିଛନ୍ତି, ନିର୍ଦେଶ ପରେ କ’ଣ ପଦକ୍ଷେପ ଉଠାଯିବ, ଏହାର ସୂଚନା ୪୮ ଘଣ୍ଟାରେ ଦିଆଯିବ।
ଉଲ୍ଲେଖନୀୟ ଯେ, ବିଏଲଓ ଅଧିକାର ରକ୍ଷା କମିଟିର ଶତାଧିକ ସଦସ୍ୟ ସୋମବାର କଲେଜ ସ୍କୋୟାରରୁ ସିଇସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି କରିଥିଲେ। ସିଇଓ କାର୍ଯ୍ୟାଳୟ ସାମନାରେ ଧାରଣା ଦିଆଯାଇଥିଲା। ସ୍ଥିତି ସେତେବେଳେ ବିବାଦୀୟ ହୋଇଥିଲା, ଯେତେବେଳେ ପୁଲିସ ମାନବ ଶୃଙ୍ଖଳ ଭଳି ଠିଆ ହେବାପରେ ବି କିଛି ଗେଟ୍ ଭାଙ୍ଗିବାର ଚେଷ୍ଟା କରିଥିଲେ। ଭିଡଭାଡ ଅଞ୍ଚଳରେ କିଛି ପ୍ରଦର୍ଶନକାରୀ ଅଫିସ ଭିତରେ ପଶି ଯାଇଥିଲେ ଓ ସେଠାରେ ଧାରଣା ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ। ସୋମବାର ରାତି ପ୍ରାୟ ୧୧ଟା ବେଳେ ଗତିରୋଧର ସ୍ଥିତି ସୃଷ୍ଟି ହୋଇଛି। ଯେତେବେଳେ କେଏମ୍ସି ପରିଷଦ ସଞ୍ଜୟ ଘୋଷଙ୍କ ନେତୃତ୍ବରେ କାର୍ଯ୍ୟାକର୍ତ୍ତାଙ୍କ ଏକ ଗୋଷ୍ଠୀ ନାରାବାଜି କରି ଘଟଣାସ୍ଥଳରେ ପହଁଞ୍ଚିଥିଲେ। କ୍ଷମତାସୀନ ତୃଣମୂଳ କଂଗ୍ରେସ ଉପରେ ନିର୍ବାଚନ କମିଶନ୍ଙ୍କ ଅଧିକାରୀଙ୍କୁ ଭୟଭୀତ କରୁଥିବା ଏସଆଇଆର ପକ୍ରିୟାକୁ ବିଫଳ କରିବାର ଚେଷ୍ଟା ଅଭିଯୋଗ ରହିଛି।