ନୂଆଦିଲ୍ଲା,୧୮/୦୨; ୧୦ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ଇଲେକ୍ସେନ କମିଶନ ଅଫ୍ ଇଣ୍ଡିଆ । ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ହରିୟାଣା ସମେତ ୧୦ ରାଜ୍ୟରେ ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।
ନିର୍ବାଚନ କାର୍ଯ୍ୟକ୍ରମ- ଫେବୃଆରୀ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ହେବ ନାମାଙ୍କନ । ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ହେବ । ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ । ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ଓଡ଼ିଶାର ୪ ଆସନ ହେବ ଖାଲି- ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନ୍ନା ଖାନ୍, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ । ମହାରାଷ୍ଟ୍ରର ଅବସରପ୍ରାପ୍ତ ସଦସ୍ୟ
- ଡକ୍ଟର ଭାଗବତ କିଶନରାଓ କରାଡ
- ଡକ୍ଟର ଫୌଜିଆ ତହସିନ ଅହମ୍ମଦ ଖାନ
- ପ୍ରିୟଙ୍କା ବିକ୍ରମ ଚତୁର୍ବେଦୀ
- ଶରଦଚନ୍ଦ୍ର ଗୋବିନ୍ଦରାଓ ପାୱାର
- ଧୈର୍ଯ୍ୟ ମୋହନ ପାଟିଲ
- ରଜନୀ ଅଶୋକରାଓ ପାଟିଲ
- ରାମଦାସ ବନ୍ଦୁ ଅଠାୱଲେ
ତାମିଲନାଡୁର ଅବସରପ୍ରାପ୍ତ ସଦସ୍ୟ
- ଏନ ଆର ଏଲାଙ୍ଗୋ
- ପି ସେଲଭାରାସୁ
- ଏମ୍ ଥାମ୍ବିଦୁରାଇ
- ତିରୁଚି ଶିବ
- ଡକ୍ଟର କାନିମୋଝି ଏନ ଭି ଏନ ସୋମୁ
- ଜି କେ ଭାସନ
ପଶ୍ଚିମବଙ୍ଗର ଅବସରପ୍ରାପ୍ତ ସଦସ୍ୟ
- ସାକେତ ଗୋଖଲେ
- ରୀତାବ୍ରତ ବାନାର୍ଜୀ
- ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ
- ମୌସମ ନୁର
- ସୁବ୍ରତ ବକ୍ସି
ଆସାମରୁ ଅବସରପ୍ରାପ୍ତ ସଦସ୍ୟ
- ରାମେଶ୍ୱର ତେଲି
- ଭୁବନେଶ୍ୱର କାଲିତା
- ଅଜିତ କୁମାର ଭୂୟାଁ
ବିହାରର ଅବସରପ୍ରାପ୍ତ ସଦସ୍ୟ
- ଅମରେନ୍ଦ୍ର ଧାରି ସିଂହ
- ପ୍ରେମ ଚାନ୍ଦ ଗୁପ୍ତା
- ରାମନାଥ ଠାକୁର
- ଉପେନ୍ଦ୍ର କୁଶୱାହା
- ହରିବଂଶ ନାରାୟଣ ସିଂହ
ଛତିଶଗଡ଼ର ଅବସରପ୍ରାପ୍ତ ସଦସ୍ୟ
- କବି ତେଜପାଲ ସିଂହ ତୁଳସୀ
- ଫୁଲୋ ଦେବୀ ନେତାମ
ହରିୟାଣାର ଅବସରପ୍ରାପ୍ତ ସଦସ୍ୟ
- କିରଣ ଚୌଧୁରୀ
- ରାମ ଚନ୍ଦର ଜାଙ୍ଗରା
ହିମାଚଳ ପ୍ରଦେଶର ଅବସରପ୍ରାପ୍ତ ସଦସ୍ୟ
- ଇନ୍ଦୁ ବାଳା ଗୋସ୍ୱାମୀ
- ତେଲେଙ୍ଗାନାର ଅବସରପ୍ରାପ୍ତ ସଦସ୍ୟ
- ଡକ୍ଟର ଅଭିଷେକ ମନୁ ସିଂଘଭି
- କେ ଆର ସୁରେଶ ରେଡ୍ଡୀ
ଏହା ବି ପଢନ୍ତୁ..ଧାନ ମଣ୍ଡି ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା, ଗୃହରେ ଧାନ ରଖି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
ଖାଲି ପଡ଼ିଥିବା ୩୭ଟି ଆସନ ପୂରଣ ପାଇଁ ମାର୍ଚ୍ଚ ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରାର୍ଥୀ ଚୂଡ଼ାନ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ।