ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଉପଭୋକ୍ତାଙ୍କୁ ବିଦ୍ୟୁତ ବିଭାଗର ଚକମା, ଦାଉ ସାଧୁଛି ଲୋ-ଭୋଲଟେଜ୍‌

Published By : Rasmita Pradhan | May 8, 2025 10:10 AM

ଭୁବନେଶ୍ୱର, ୦୮/୦୫ : ଉପଭୋକ୍ତାଙ୍କୁ ଚକମା ଦେଖାଉଛି ବିଦ୍ୟୁତ ବିଭାଗ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବିଦ୍ୟୁତ ବଣ୍ଟନ କମ୍ପାନୀ ଆଉ ବିଜୁଳି କାଟ ହେବନି କହୁଛନ୍ତି । ହେଲେ ପ୍ରକୃତ ସ୍ଥିତି ଏମିତି ଯେ ପତ୍ର ହଲିଲେ ଘଣ୍ଟା ଘଣ୍ଟା ଧରି ଚାଲିଯାଉଛି ବିଜୁଳି । ଏମିତି ଅବସ୍ଥା ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଅନ୍ୟ କିଛି ସ୍ଥାନରେ ହେଉଛି ଅଘୋଷିତ ବିଦ୍ୟୁତ କାଟ । କିଛି ସ୍ଥାନରେ ବିଦ୍ୟୁତ ରହୁଥିଲେ ମଧ୍ୟ ଦାଉ ସାଧୁଛି ଲୋ-ଭୋଲଟେଜ୍‌ । ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ତେଜିବାରେ ଲାଗିଛି। 

ପ୍ରବଳ ଗରମ ସତ୍ତ୍ଵେ ବାରମ୍ବାର ବିଦ୍ୟୁତ କାଟ ନେଇ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ସେହିପରି ଠିକ୍‌ ସମୟରେ ବିଦ୍ୟୁତ ବିଲ୍‌ ପେମେଣ୍ଟ ପରେ ମଧ୍ୟ କିଛି ଉପଭୋକ୍ତାଙ୍କୁ ରିହାତି ମିଳୁନଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ଅନ୍‌ଲାଇନ୍‌ରେ ବିଲ୍‌ ପେମେଣ୍ଟ୍‌ ପରେ ବି ପରବର୍ତ୍ତୀ ବିଲ୍‌ରେ ରିହାତି ମିଳୁନଥିବା ରାଜ୍ୟ ଉପଭୋକ୍ତା ମହାସଂଘର ସମ୍ପାଦକ ରବି ବେହେରା କହିଛନ୍ତି । ବାତ୍ୟା ଓ ବନ୍ୟା ସମୟରେ ଜରୁରୀକାଳୀନ ନମ୍ବର ଜାରି କରିବା ଭଳି ବିଜୁଳି ସମସ୍ୟା ପାଇଁ ନିର୍ଦ୍ଦିଷ୍ଟ ନମ୍ବର ରହୁ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ନୋଡାଲ୍‌ ଅଧିକାରୀ ରୁହନ୍ତୁ । ଏକ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ରହୁ । ସେଠାରେ ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରାଯାଉ । କିଛି ଲୋକଙ୍କର ମିଟର ଭଲ ଥିଲେ ମଧ୍ୟ ସେମାନଙ୍କୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି । ଏପରିକି ମିଟର ଖରାପ ଥିଲେ ଆଭ୍‌ରେଜ୍‌ ବିଲ୍‌ ଦେବାକୁ କୁହାଯାଉଛି ବୋଲି ଅଭିଯୋଗ କରିଛନ୍ତି। 

ଅପରପକ୍ଷେ ଟିପିସିଓଡିଏଲ୍‌ ପକ୍ଷରୁ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍‌ ୧୫ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେବନାହିଁ ବୋଲି କୁହାଯାଇଛି । ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌ କରାଯିବ ନାହିଁ । ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲାରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ୱା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍‌ ବିଭ୍ରାଟ ଘଟିପାରେ ବୋଲି ସଫେଇ ଦିଆଯାଇଛି । ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ ବୋଲି ଟିପିସିଓଡିଏଲର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ମାୟାପୁର ଇସ୍କନ ଅଧ୍ୟକ୍ଷଙ୍କୁ ଗଜପତିଙ୍କ ଚେତାବନୀ, 'ପୁରୀ ଶ୍ରୀଜଗନ୍ନାଥ ଧାମ ମୂଳପୀଠ, ହେୟଜ୍ଞାନ କରନି'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.