ଶୌଚ ହେବାକୁ ଆସିଥିବା ବେଳେ ଆକ୍ରମଣ କଲା ଦନ୍ତା, ବୃଦ୍ଧ ଗୁରୁତର

ଆନନ୍ଦପୁର, ୨୫/୦୫ : ଶୌଚ ହେବାକୁ ଆସିଥିବା ବେଳେ ଆକ୍ରମଣ କଲା ଦନ୍ତା। ବୃଦ୍ଧ ଗୁରୁତର। ଆନନ୍ଦପୁରର କୋଡାପଡା ଗୋଳାବନ୍ଧର ଗ୍ରାମରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି। ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଜୈରାମ ନାଇକ (୭୪ ବର୍ଷ) ଶୌଚ ହେବାକୁ ଗୁରୁବାର ସକାଳୁ ବାହାରକୁ ଆସିଥିବା ବେଳେ ଦାନ୍ତା ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଗୋଟି ହାତୀ ଗାଁ ମୁଣ୍ଡରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଥିବାବେଳେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।