ଆଠଗଡ,୧୬।୧୦ : ହାତୀର ମୃତ୍ୟୁର ଦୀର୍ଘ ଦିନ ପରେ ଠାବ ହେଲା ହାତୀର କଙ୍କାଳ। ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ହଳଦିଆ ଶ୍ରେଣୀ ସଂରକ୍ଷିତ ଜଙ୍ଗଲରେ ହାତୀ କଙ୍କାଳ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡି ନାହିଁ।
ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ହଳଦିଆ ଶ୍ରେଣୀ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର ଦୀର୍ଘ ଦିନ ହେଲା ମୃତ୍ୟୁ ଘଟି ପଚି ଯାଇଥବା ଦେଖି ବନ ବିଭାଗକୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ପହଞ୍ଚି ମୃତ ହାତୀର କଙ୍କାଳକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହାତୀଟିର ବୟସ କେତେ? କେଉଁ କାରଣ ପାଇଁ ହାତୀଟିର ମୃତ୍ୟୁ ହେଲା। ସ୍ଵାଭାବିକ ମୃତ୍ୟୁ ନା କୌଣସି ଶିକାରୀ ଏମିତି କରିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।