ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

କୂଅ ଭିତରୁ ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ ଆରମ୍ଭ

Published By : Harapriya Sethi | March 2, 2025 10:34 AM

ଆଠଗଡ଼,୦୨/୦୩: ଆଠଗଡ଼ ବନଖଣ୍ଡ ଆଠଗଡ଼ ରେଞ୍ଜର କନ୍ଦରପୁର କେନ୍ଦୁଟୋକୋଲି ନିକଟସ୍ଥ ପରିତ୍ୟକ୍ତ କୂଅରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । କୂଅରୁ ପାଣି ଶୁଖିବା ପରେ ହାତୀର ଗାଳିତ ମୃତ ଦେହ ଦେଖିବକୁ ମିଳିଛି । ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, କନ୍ଦରପୁର କେନ୍ଦୁଟୋକୋଲି ବାଟ ଦେଇ ଖାଦ୍ୟ ଅନ୍ୱଷଣରେ ଚନ୍ଦକା ଜଙ୍ଗଲରୁ ଆଠଗଡ଼ ବନଖଣ୍ଡ ଆସିଥାନ୍ତି ହାତୀ । ସେହି ବାଟ ଦେଇ ଆସୁଥିବା ବେଳେ ରାସ୍ତାରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ହାତୀ ଟି ମୃତ୍ୟୁ ବରଣ କରିଥିଲା । ଦୀର୍ଘ ଦିନ ପରେ ଉକ୍ତ କୂଅରୁ ପାଣି ଶୁଖିବା ପରେ ହାତୀର ଗଳିତ ମୃତଦେହ ଦେଖିବାକୁ ମିଳିଛି । ଏହା ଦେଖି ସ୍ଥାନୀୟଲୋକ‌େ ବନ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.