ମୁରିବାହାଲ, ୨୮/୦୯: ମୁରିବାହଲରେ ବଢୁଛି ହାତୀପଲଙ୍କ ଉପଦ୍ରବ । ୩୫ ଟିକିଆ ହାତୀପଲ ନଷ୍ଟ କରୁଛନ୍ତି ବ୍ୟାପକ କପା ଚାଷ । ଗତ ଏକ ବର୍ଷରୁ ଅଧିକ ହେବ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ହାତୀପଲ ରହୁଥିବା ବେଳେ ହାତୀକୁ ଘଉଡାଇବାରେ ବନ ବିଭାଗ ଫେଲ୍ ମାରିଛି ।

ଦିନ ବେଳେ ହାତୀ ଜଙ୍ଗଲରୁ ଗାଁ ମୁହାଁ ହୋଇ ବ୍ୟାପକ ଚାଷ ନଷ୍ଟ କରୁଛନ୍ତି । ଗୁଡ଼ିଘାଟ ସେକ୍ସନର ବାଲିଖମାର ଗ୍ରାମର ଅନେକ ଚାଷୀଙ୍କ କପା ଚାଷ ନଷ୍ଟ କରିଛନ୍ତି ହାତୀପଲ । ୩୫ ଟିକିଆ ହାତୀପଲ ବ୍ୟାପକ ଭାବେ କପା ଚାଷକୁ ନଷ୍ଟ କରିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି । ହାତୀ ଉପଦ୍ରବ ଯୋଗୁଁ ଚାଷୀ ଚିନ୍ତାରେ ରହିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଙ୍କ ଉତ୍ପାତ ବନ ବିଭାଗ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି ।