ତୁମୁଡିବନ୍ଧ,୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ। ଅସହ୍ୟ ଥଣ୍ଡା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟୀକରଣ ଦେଇଛି ବନବିଭାଗ । ହେଲେ ଏଯାବତ ପ୍ରକୃତ କାରଣ ଜଣା ପଡିନାହିଁ।ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପରେ ଉପରିସ୍ଥ ଅଧିକାରୀ ଏବଂ ନନ୍ଦନକାନନରୁ ଡାକ୍ତରୀ ଦଳ ପଞ୍ଚିବାର ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ।
ଅନ୍ୟପଟେ ହାତୀଙ୍କୁ ସୁରକ୍ଷା ଦେବାରେ ବାଲିଗୁଡ଼ା ବନଖଣ୍ଡ ବିଫଳ ହେଉଥିବା ଅଭିଯୋଗ ହେଉଛି । ହାତୀଙ୍କ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉ ନ ଥିବା କୁହାଯାଉଛି। ଜଙ୍ଗଲ କମି ଯାଉଥିବାରୁ ଶୀତ ଦାଉରୁ ନିଜକୁ ରକ୍ଷା କରିବାରେ ଅସମର୍ଥ ହୋଇ ହାତୀ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହୁଛନ୍ତି।