ପୋଖରୀରୁ ଉଦ୍ଧାର ଦନ୍ତାହାତୀର ମୃତ୍ୟୁ ଘଟଣା : ଗୁଳି ଖାଇ ପୋଖରୀକୁ ପଶିଥିଲା ହାତୀ, ଜଣେ ଗିରଫ

ସମ୍ବଲପୁର, ୨୩।୬ ସମ୍ବଲପୁରରେ ଶିକାରୀଙ୍କ ଗୁଳିରେ ହାତୀର ମୃତ୍ୟୁ ଘଟିଛି। କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଗୁଳି କରିଥିଲେ ଶିକାରୀ । ହାତୀ ଶରୀରର ବ୍ୟବଛେଦ ସମୟରେ ବାହାରିଛି ୪ ଇଞ୍ଚ ଲମ୍ବ ୨.୫ ଇଞ୍ଚ ଗୋଲେଇର ବୁଲେଟ୍ । ସମ୍ବଲପୁର ଡିଏଫଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ୩ଜଣ ଅଟକ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ସମ୍ପୃକ୍ତି ଥିବାରୁ ତାକୁ ଗିରଫ କରାଯାଇଛି। ଏହା ବ୍ୟତୀତ ଜଣେ ଫେରାର ରହିଛି।
ବିଶେଷଜ୍ଞଙ୍କ ଅନୁମତି ଓ ନିର୍ଦ୍ଦେଶ ଅନୁସାରେ କାମ କରାଯାଇଛି । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପାଣିରେ ଚିକିତ୍ସା କରାଯାଇଛି । ପରେ ୨୧ ତାରିଖରେ ହାଇଡ୍ରା ଓ ଜେସିବି ସାହାଯ୍ୟରେ ବାହାରକୁ ଅଣାଯାଇଛି । ଦୁଇ ଥର ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଗଲା ପରେ ମଧ୍ୟ କୌଣସି ମେଟାଲର ସନ୍ଧାନ ବିଶେଷଜ୍ଞ ଟିମ୍ ପାଇ ନ ଥିଲା । ହାଡ ସନ୍ଧିରେ ଗୁଳିଥିବାବେଳେ ଶରୀରର ୩୫ରୁ ୪୦ ସେଣ୍ଟିମିଟର ଗୁଳି ଫସିଥିଲା । ତେବେ ବ୍ୟବଚ୍ଛେଦ ପରେ କଥା ସାମ୍ନାକୁ ଆସିଛି । ଗୁଳି ମାଡ଼ ଫଳରେ ସେପ୍ଟିସେମିଆ ଓ ମଲ୍ଟି ଅର୍ଗାନ ଫେଲୁୟର ହୋଇଥିବା ଡିଏଫଓ କହିଛନ୍ତି । ମାରଣାସ୍ତ୍ର, ଛୁରୀ, ଦେଶୀ ବନ୍ଧୁକ, ତାର ବନ ବିଭାଗ ଜବତ କରିଛି । ଆର୍ମ ଆକ୍ଟ, ଓ୍ବାଇଲ୍ଡ ଲାଇଫ ଆକ୍ଟ, ଇନଫରମେସନ ଆକ୍ଟରେ ମାମଲା ରୁଜୁ ହୋଇଥିବା ଡିଏଫଓ ବିଶ୍ବନାଥ ନିଲାନଭର ସୂଚନା ଦେଇଛନ୍ତି । ତେବେ ଓ୍ବାଚରଙ୍କ କୌଣସି ଭୁଲ ରହିଥିଲା କି ସେନେଇ ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି ।