PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ନଇଗାଁରେ ଛଅ ଟିକିଆ ହାତୀପଲ

କେନ୍ଦୁଝର ସଦର, ୪/୧୦(ଆପ୍ର) : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ବନଖଣ୍ଡ ଅଧିନସ୍ଥ ପର୍ଜନପୁର ପଞ୍ଚାୟତ ନଇଗାଁ ରେଲୱେ ଟ୍ରାକ୍ ଲାଇନ୍ କଡ ଜଙ୍ଗଲ ପାଖରେ ବୁଲୁଛନ୍ତି ଛଅ ଟିକିଆ ହାତୀପଲ। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀପଲଙ୍କୁ କଡ଼ା ସୁରକ୍ଷା ଦେଉଛି। ହାତୀପଲ କିପରି ଚାଷୀଙ୍କ ଫସଲ କିମ୍ୱା ଧନ ଜୀବନ ପ୍ରଭାବିତ ନକରିବେ ସେଥିପ୍ରତି ବନ ବିଭାଗ ଗୁରୁତ୍ଵ ଦେଉଛି। ଏନେଇ ପଳାଶପଙ୍ଗା ଫରେଷ୍ଟର ଜ୍ୟୋସ୍ନାରାଣୀ ବେହେରା ସୂଚନା ଦେଇଛନ୍ତି। ତେବେ ଏହି ହାତୀପଲ କିଛି ଦିନ ଧରି ଏହି ଅଞ୍ଚଳରେ ରହିଆସୁଥିବା ବେଳେ ହାତୀପଲଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।