ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ଦନ୍ତା ଆତଙ୍କ

ନୀଳଗିରି, ୨୪/୦୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ଦନ୍ତା ଆତଙ୍କ। ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲାରୁ ଏକ ଝାଡ଼ଖଣ୍ଡୀ ପାଇଲଟ ଦନ୍ତା ହାତୀ ଆସି ଅଯୋଧ୍ୟା ଅଞ୍ଚଳକୁ ପଶି ଆସିଛି। ହାତିଟି ବିଭିନ୍ନ ଅଞ୍ଚଳରେ ପଶି ଉପଦ୍ରବ କରିଥିବା ସୂଚନା ମିଳିଛି। ତେବେ ଏହି ପାଇଲଟ ଦନ୍ତାଟି ସର୍ଭେ କରି ଫେରିଲା ପରେ ଶତାଧିକ ହାତୀପଲ ଏହି ଅଞ୍ଚଳକୁ ଆସିବା ନେଇ ଅନୁମାନ କରାଯାଉଛି। ସେପଟେ ହାତୀଟିକୁ ଜନବସତିରୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
