PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲଙ୍କ ଉତ୍ପାତ, ନଷ୍ଟ କଲେ ଏକର ଏକର ଧାନ ଫସଲ

ପାଟଣା, ୨୦/୧୧ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ। ଏକର ଏକର ଧାନ ଫସଲ ନଷ୍ଟ କଲେ ୨୪ ଟିକିଆ ହାତୀପଲ। ସ୍ଥାନୀୟ ଅଞ୍ଚଳରେ ହାତୀପଲ ୪ ଦିନ ହେବ ଆତଙ୍କ ଖେଳାଇଛନ୍ତି। ଏକର ଏକର ପାଚିଲା ଧାନ ମାଡ଼ି ଚକଟି ନଷ୍ଟ କରି ଦେଉଛନ୍ତି। ଫଳରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୂଚନାନୁଯାୟୀ, ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ପାଟଣା ରେଞ୍ଜରେ ପ୍ରବେଶ କରିଛନ୍ତି। ଆସିବା ବାଟରେ ପାଟଣା ରେଞ୍ଜର ବନବୀର, ଡାଳପକା, କୁଦାବେଡ଼ା, ରେଙ୍ଗାଳବେଡ଼ା, ପୁରୁଣାପାଣି, ଅସନବାହାଳି, ମଙ୍ଗଳପୁର, ଏରେଣ୍ଡେଇ ଓ ବେଗନାଖମଣ, ଅଞ୍ଚଳରେ ଧାନ ଓ ପନିପରିବା ଚାଷ ନଷ୍ଟ କରିଛନ୍ତି। ଏବେ ହାତୀପଲ ଏରେଣ୍ଡେଇ ନିକଟ ବେଗନାଖମଣ ଅକାଶିଆ ଜଙ୍ଗଲରେ ଡେରା ପକାଇଛନ୍ତି। ଏହି ହାତୀପଲରେ ୬ଟି ମାଈହାତୀ, ୯ଟି ଦନ୍ତା ହାତୀ ଏବଂ ୯ଟି ଛୁଆହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖୁବ ଶୀଘ୍ର ହାତୀପଲଙ୍କୁ ଏହି ଅଞ୍ଚଳରୁ ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।