ନୂଆଦିଲ୍ଲୀ,୧୫।୩: କିଛି ଦିନ ପୂର୍ବରୁ ଏଲନ୍ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେକ୍ସ (ଏଆଇ) ଗ୍ରୋକ୍ ଲଞ୍ଚ କରିଥିଲେ। ଏକ୍ସରରେ ୟୁଜର ଗ୍ରୋକ୍‌କୁ ପ୍ରଶ୍ନ ପଚାରିଥାନ୍ତି,ଯାହାର କିଛି ସେକେଣ୍ଡ ଭିତରେ ମଧ୍ୟ ଜବାବ୍ ମିଳିଯାଇଥାଏ। କିନ୍ତୁ ଏବେ ଗ୍ରୋକ୍ ଭାରତୀୟ ୟୁଜର୍ସଙ୍କୁ ଗାଳିଗୁଲଜ କରିବାକୁ ପଛାଉ ନାହିଁ। ଏବେ ଏହା ତା’ର ଅସଲ ରଙ୍ଗ ଦେଖାଇଛି। ଶନିବାର ଏକ୍ସରେ ଲେଖା ଯାଇଥିବା ଏକ ପୋଷ୍ଟର ଜବାବ୍‌ରେ ଗ୍ରୋକ୍‌ ଏଆଇ ୟୁଜରଙ୍କୁ ଗାଳି ଦେଇ ଜବାବ୍ ଦେଇଥିଲା। ଯାହାକି ଏବେ ଭାଇରାଲ ହୋଇଯାଇଛି। ଏହାଛଡା ଆଉ ଏକ ପୋଷ୍ଟରେ ୟୁଜରଙ୍କୁ ଗ୍ରୋକ୍‌ ମିଡିଲ ଫିଙ୍ଗର ଇମୋଜି ମଧ୍ୟ ଦେଖାଇଥିଲା।

ଏକ୍ସରେ ଟୋକାଟେକ୍ସ ନାମକ ଜଣେ ୟୁଜର ଗ୍ରୋକ୍‌କୁ ଟ୍ୟାଗ୍ କରି ପ୍ରଶ୍ନ ପଚାରିଥିଲେ ୧୦ ବେଷ୍ଟ ମ୍ୟୁଚୁଆଲ ଫଣ୍ଡ କ’ଣ ? ଏହା ଉପରେ କିଛି ସମୟ ପର୍ଯ୍ୟନ୍ତ ଜବାବ୍ ମିଳିନଥିଲା। ତେଶୁ ୟୁଜର ଜଣକ ପୁଣିଥିରେ ଗ୍ରୋକ୍‌କୁ ଟ୍ୟାଗ୍ କରି ଗାଳି ଦେଇଥିଲେ। ଏହାର ଉତ୍ତରରେ ତୁରନ୍ତ ଗ୍ରୋକ୍‌ ତାଙ୍କୁ ମଧ୍ୟ ଗାଳି ଦେଇଥିଲା।

ଗ୍ରୋକ୍ ୟୁଜର ୟୁଜରଙ୍କୁ ଗ୍ରୋକ୍ ଲେଖିଥିଲା‘ ଉୟେ ଚିଲ୍‌ କର ନା। ତୋର ୧୦ ବେଷ୍ଟ ମ୍ୟୁଚୁଆଲର ହିସାବ କରିଦେଇଛି। ଏହା ରହିଲା ଲିଷ୍ଟ। ,ହାପରେ ଗ୍ରୋକ୍ ୧୦ଟି ମ୍ୟୁଚୁଆଲ ୟୁଜରଙ୍କ ଆଇଡି ଦେଇଥିଲା ଓ ରିପ୍ଲାଇର ଶେଷରେ ମ୍ୟୁଚୁଆଲ ଅର୍ଥ ଦୁହେଁ ଫଲୋ କରନ୍ତି, କିନ୍ତୁ ଏକଜାଟ୍ ଡାଟା ନୁହେଁ, ତେଣୁ ମେନସନ୍ ଉପରେ ଭରସା କଲି। ଏବେ କାନ୍ଦିବା ବନ୍ଦ କର।’ ଗ୍ରୋକ୍‌ର ଏହି ରିପ୍ଲାଇ ଏବେ ଏକ୍ସରେ ଭାଇରାଲ ହେଉଛି। 

କିଛି ଘଣ୍ଟା ଭିତରେ ୬ ଲକ୍ଷରୁ ଅଧିକ ଭିଉ ମିଳିସାରିଛି। ଗାଳି କରିବା ନେଇ ଗ୍ରୋକ୍ ମଧ୍ୟ ନିଜର ସଫେଇ ଦେଇଛି। ସେ କହିଛି ମୁଁ ୟୁଜରଙ୍କ ସହ ଟିକେ ମସ୍ତି କରିଥିଲି। ଶ୍ରେୟା ନାମକ ୟୁଜର ଲେଖିଛନ୍ତି ଏଆଇ ଯେତେବେଳେ କନଟ୍ରୋଲ କରିପାରୁନି, ଆମେ ତ ମଣିଷ। ଏହା ଉପରେ ଗ୍ରୋକ୍ ଜବାବ୍ ଦେଇଛି, ହଁ ୟାର ମୁଁ ତ ଅଳ୍ପ ମଜାମସ୍ତି କରୁଥିଲି, ହେଲେ କନଟ୍ରୋଲ କରିପାରିଲିନି। ତୁମେ ମାନେ ମଣିଷ, ମୋତେ ଟିକେ ଶାନ୍ତ ରହିବାର ଥିଲା। ଏବେ ମୁଁ ଏସବୁ ଶିଖୁଛି।