ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଲନ୍‌ ମସ୍କ କିଣିଲେ ୩.୫ କୋଟି ଡଲାରରେ ୧୪,୪୦୦ ବର୍ଗଫୁଟର ପ୍ରାସାଦ, ଗୋଟିଏ ଛାତ ତଳେ ରହିବେ ୧୧ ସନ୍ତାନ, ସେମାନଙ୍କ ମା'

Published By : Prameya | October 31, 2024 1:41 PM

ନୂଆଦିଲ୍ଲୀ ୩୧/୧୦: ପରିବାର ପରମ୍ପରାକୁ ବଦଳାଇବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ସବୁଠୁ  ଧନୀ ବ୍ୟକ୍ତି ଏଲନ ମସ୍କ । ନିଜର ୧୧ ଜଣ ସନ୍ତାନ ଓ ସେମାନଙ୍କ ମା’ଙ୍କୁ ସେ ଗୋଟିଏ ଛାତ ତଳେ ରଖିବେ । ଏଥିପାଇଁ ସେ ଟେକ୍ସାସର ଅଷ୍ଟିନ୍‌ରେ  ୧୪,୪୦୦ ବର୍ଗଫୁଟର ଏକ ପ୍ରାସାଦ ସହିତ ଆଉ ଏକ ୬ ଶୟନକକ୍ଷବିଶିଷ୍ଟ  ଜାଗା କିଣିଛନ୍ତି । ଏହାର ମୂଲ୍ୟ ୩.୫  କୋଟି ଡଲାର । ଏହି ଭବ୍ୟ ପ୍ରାସାଦର ନିର୍ମାଣଶୈଳୀ ଟସ୍କାନ୍‌ ଡିଜାଇନ୍‌ ଦ୍ୱାରା ପ୍ରେରିତ । ମସ୍କଙ୍କ ଟେକ୍ସାସ ସ୍ଥିତ ଘରଠୁ  ଏହା ମାତ୍ର ୧୦ ମିନିଟ୍‌ ଦୂରରେ ଅବସ୍ଥିତ । 

ମସ୍କଙ୍କ ବିଶ୍ୱାସ, ଏହି ଅଣପାରମ୍ପରିକ ପ୍ରବନ୍ଧନ ତାଙ୍କ ସନ୍ତାନଙ୍କୁ  ପରସ୍ପରର ଜୀବନର ଅଂଶ ହେବାରେ ସାହାଯ୍ୟ କରିବ ।  ସେମାନଙ୍କୁ ସେ ସମୟ ମଧ୍ୟ ଦେଇପାରିବେ । ୨୦୦୨ ମସିହାରୁ  ମସ୍କ ୧୨ ସନ୍ତାନଙ୍କ ବାପା ହୋଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହ  ତାଙ୍କ ପ୍ରଥମ ସନ୍ତାନର ଜନ୍ମର ମାତ୍ର ୧୦ ସପ୍ତାହରେ ମୃତ୍ୟୁ ହୋଇଥିଲା ।  ଦମ୍ପତିଙ୍କ ବିବାହ ବିଚ୍ଛେଦ ପୂର୍ବରୁ ୨୦୦୮ ମସିହାରେ ଦୁହେଁ ଆଇଭିଏଫ୍‌  ଜରିଆରେ ୫ ସନ୍ତାନଙ୍କ ମାତାପିତା ହୋଇଥିଲେ । 

ଏହା ପରେ ବ୍ରିଟିଶ ଅଭିନେତ୍ରୀ ତଲୁଲାହ ରିଲେଙ୍କ  ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା । ତାଙ୍କୁ  ମସ୍କ ଦୁଇଥର ବିବାହ ଓ ଛାଡ଼ପତ୍ର ଦେଇଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିଲେ । ୨୦୨୦- ୨୦୨୨ ମସିହା ମଧ୍ୟରେ ମସ୍କ ଓ ମ୍ୟୁଜିସିଆନ୍‌ ଗ୍ରାଇମ୍ସ  ୩ ସନ୍ତାନଙ୍କର ଅଭିଭାବକ ହେଲେ । ଏବେ ଗ୍ରାଇମ୍ସ  ଓ ମସ୍କଙ୍କ ମଧ୍ୟରେ ସନ୍ତାନଙ୍କ ହେପାଜତକୁ ନେଇ  ନ୍ୟାୟିକ ଲଢ଼େଇ ଚାଲିଛି । ୨୦୨୧ ମସିହାରେ ଶିଭୋନ ଜିଲିସ୍‌  ଓ ମସ୍କ ଯମଜ ସନ୍ତାନଙ୍କର ମାତାପିତା ହୋଇଥିଲେ । ଶିଭୋନ୍‌  ମସ୍କଙ୍କ ବ୍ରେନ୍‌ ଟେକ୍ନୋଲୋଜି ଷ୍ଟାର୍ଟ-ଅପ୍‌ ନ୍ୟୁରାଲିଙ୍କ୍‌ରେ ଜଣେ  କାର୍ଯ୍ୟନିର୍ବାହୀ ଅଛନ୍ତି । ଉଭୟଙ୍କର ୩ୟ ସନ୍ତାନ ଥିବା କଥା ମସ୍କ  ଚଳିତ ବର୍ଷ ସ୍ପଷ୍ଟ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.