ନୂଆଦିଲ୍ଲୀ,୦୮/୦୬: ଭାରତର ଜନ୍ମ ହାରକୁ ନେଇ ବିଲିୟନେୟାର ଉଦ୍ୟୋଗୀ ଏଲନ ମସ୍କ ଚିନ୍ତା ପ୍ରକଟ କରିଛନ୍ତି । ମସ୍କ କହିଛନ୍ତି ଯେ, ଭାରତର ପ୍ରଜନନ ହାର ବର୍ତ୍ତମାନ ରିପ୍ଲେସମେଣ୍ଟ ବା ପ୍ରତିସ୍ଥାପନ ସ୍ତରରୁ ନିମ୍ନରେ ରହିଛି । ଦେଶର ସବୁଠାରୁ ଶିକ୍ଷିତ ବର୍ଗଙ୍କ କ୍ଷେତ୍ରରେ ବିଗତ କିଛି ବର୍ଷ ପୂର୍ବରୁ ଜନ୍ମହାର ରିପ୍ଲେସମେଣ୍ଟ ସ୍ତର ଠାରୁବହୁ ନିମ୍ନରେ ରହିଛି । ଇତିହାସରେ ପ୍ରଥମ ଥର ଲାଗି ଦେଶର ଜନ୍ମହାର ନିର୍ଦ୍ଧାରିତ ରିପ୍ଲେସମେଣ୍ଟ ସ୍ତରଠାରୁ ନିମ୍ନରେ ରହିଛି ।

୨୦୨୪ରେ ଆସିଥିବା ସାମ୍ପୁଲ ରେଜିଷ୍ଟ୍ରେସନ ସିଷ୍ଟମ (ଏସ୍ଆର୍ଏସ୍) ମୁତାବକ, ଦେଶର ମୋଟ ପ୍ରଜନନ ହାର (ଟିଏଫ୍ଆର୍) ୨.୧ରୁ ୧.୯କୁ ଖସିଛି । ଗୋଟିଏ ଦଶନ୍ଧି ପୂର୍ବରୁ ଏହି ହାର ୨.୩ ଥିଲା । ଏହି ରିପୋର୍ଟ ପରେ ଏବେ ଏଲନ ମସ୍କ ପ୍ରଜନନ ହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଜନନ ହାର କମିଲେ ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି ହୁଏ । କାରଣ ନିର୍ଦ୍ଦିଷ୍ଟ ସମୟରେ ଯୁବବର୍ଗ ଅଭାବ ଦେଖାଦିଏ । ଏବେ ଭାରତ ବିଶ୍ୱର ଯୁବବର୍ଗଙ୍କ ଦେଶ । ବିଶ୍ୱରେ ଅନେକ ଦେଶକୁ ବୟୋଜ୍ୟେଷ୍ଠ ଜନସଂଖ୍ୟାଙ୍କ ଦେଶ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ  :-  Donald Trump AI Video: ଏଆଇ ଭିଡିଓକୁ ନେଇ ପୁଣି ଚର୍ଚ୍ଚାରେ ଟ୍ରମ୍ପ: ଭାରତରେ ବାଇକ୍ ଚଳାଉଛନ୍ତି, ସ୍ପେସସୁଟ୍ ପିନ୍ଧି ଚନ୍ଦ୍ରରେ ଲଗାଉଛନ୍ତି ଆମେରିକାର ପତାକା