- ମାର୍କେଟକୁ ଆସିପାରେ ଷ୍ଟାରଲିଙ୍କର ଫୋନ୍
- ୟୁଜରଙ୍କ କମେଣ୍ଟର ଉତ୍ତର ଦେଲେ ଏଲନ ମସ୍କ
- ମସ୍କ ଏବେ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରି ପାରନ୍ତି
ନୂଆଦିଲ୍ଲୀ : ଏଲନ ମସ୍କ ଏମିତି ଜଣେ ବ୍ୟକ୍ତି, ଯାହା ଅନେକ ପ୍ରକାରର ବିଜନେସସକୁ ଲିଡ୍ କରୁଛନ୍ତି, ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଠାରୁ ନେଇ ସ୍ପେସ୍ ମିଶନ ଓ ଏଆଇ ଯାଏ ଅନେକ କ୍ଷେତ୍ରରେ ସେ ନିଜର ବ୍ୟବସାୟ ସାମ୍ରାଜ୍ୟକୁ ବିସ୍ତାର କରିଛନ୍ତି। ଏମିତି ଲାଗୁଛି ଯେ, ମସ୍କ ଏତେ ସବୁ ପରେ ବି ଅଟକିବାକୁ ଚାହୁଁ ନାହାନ୍ତି। ତାଙ୍କର ମହତ୍ୱାକାଂକ୍ଷା ଅନ୍ୟ ସେକ୍ଟରରେ ଏଣ୍ଟ୍ରି କରିବାକୁ ମଧ୍ୟ ଆଶା କରିଛନ୍ତି।
ଇଲେକ୍ଟ୍ରିକ୍ କାର, ଏଆଇ ଚ୍ୟାଟବଟ୍ ଓ ସ୍ପେସ୍ ଏକ୍ସପ୍ଲୋର କରିବା ପରେ ମସ୍କ ଏବେ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରୀରେ ତାଙ୍କର ହାତ ରଖି ପାରନ୍ତି। ସେ ଏ ନେଇ ସଙ୍କେତ ଦେଇଛନ୍ତି। ହେଲେ ଏହା କୌଣସି ପ୍ରଥମ ସୁଯୋଗ ନୁହେଁ , ଯେବେ ମସ୍କ ସ୍ମାର୍ଟଫୋନ ଲଞ୍ଚ କରିବାର କୌଣସି ସଙ୍କେତ ଦେଇଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ଇଲେକ୍ଟ୍ରିକ୍ ବସ୍ ନିର୍ମାତା କମ୍ପାନୀ ତୃତୀୟ ତ୍ରୈମାସିକ ଫଳାଫଳର କଲା ଘୋଷଣା ,ସେୟାରରେ ଦ୍ରୁତ ବୃଦ୍ଧି
ମସ୍କ ନିଜର ଏହି ଇଚ୍ଛାର ଖୁଲାସା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ରିପ୍ଲାଇରେ କରିଛନ୍ତି। ଜଣେ ୟୁଜର କମେଣ୍ଟ କରିଥିଲେ ଯେ, ସେ ଷ୍ଟାରଲିଙ୍କ୍ ବ୍ରାଣ୍ଡର ଫୋନ୍ ଦେଖିବାକୁ ଚାହାନ୍ତି। ୟଜର ଏକ୍ସରେ ଲେଖିଛନ୍ତି ଯେ, ଷ୍ଟାରଲିଙ୍କର ଫୋନ୍ ତ ଦମଦାର ହେବ। ଷ୍ଟାରଲିଙ୍କ୍ ସାଟେଲାଇଟ୍ ସ୍ତରୀୟ ଇଣ୍ଟରନେଟ୍ ସର୍ଭିସ୍ ଅଟେ, ଯାହାକୁ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଚଲାଉଛି।
ଏଲନ ମସ୍କ ୟୁଜରଙ୍କ କମେଣ୍ଟର ରିପ୍ଲାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ସେ ଏହି ଆଇଡିଆ ପାଇଁ ପ୍ରସ୍ତୁତ। ମସ୍କ ରିପ୍ଲାଇ କରିଛନ୍ତି , ଏମିତି ହେବା ଅସମ୍ଭବ ନୁହେଁ। ହେଲେ ମସ୍କ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଫୋନ୍ ବର୍ତ୍ତମାନର ସ୍ମାର୍ଟଫୋନ୍ ଠାରୁ ଭିନ୍ନ ହେବ। ଷ୍ଟାରଲିଙ୍କ୍ ବ୍ରାଣ୍ଡେଡ୍ ଫୋନ୍ ପରଫର୍ମାନ୍ସ ଉପରେ ଅଧିକ ଫୋକସ କରିବ।