• ଜେବିଏର ତ୍ରୈମାସିକ ଫଳାଫଳ ଘୋଷଣା
  • କମ୍ପାନୀର ରେଭନ୍ୟୁରେ ଦ୍ରୁତ ବୃଦ୍ଧି
  • ନେଟ୍ ପ୍ରଫିଟ୍ ୪.୬ ପ୍ରତିଶତ ବଢିଛି

ନୂଆଦିଲ୍ଲୀ – ଇଲେକ୍ଟ୍ରିକ୍ ବସ ନିର୍ମାତା କମ୍ପାନୀ ଜେବିଏମ୍ ଅଟୋ ଲିମିଟେଡ୍ ଆଜି ତାର ତ୍ରୈମାସିକ ଫଳାଫଳର ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ ତାଙ୍କର ନେଟ୍ ପ୍ରଫିଟ୍ ବାର୍ଷିକ ଆଧାରରେ ୪.୬ ପ୍ରତିଶତ ବଢିଛି। ଜେବିଏସ୍ ଅଟୋ ଲିମିଟେଡ୍ ଦେଇଥିବା ସୂଚନାରେ କହିଛି ଯେ, ଅକ୍ଟୋବରରୁ ଡିସେମ୍ୱର ୨୦୨୫ ବେଳେ ମୋଟ ନେଟ୍ ପ୍ରଫିଟ୍ ୫୫ କୋଟି ଟଙ୍କା ରହିଛି। ବର୍ଷେ ପୂର୍ବେ ଏହି ତ୍ରୈମାସିକରେ କମ୍ପାନୀର ନେଟ୍ ପ୍ରଫିଟ୍ ୫୨.୬୦ କୋଟି ଟଙ୍କା ରହିଥିଲା।

ଇଲେକ୍ଟ୍ରିକ୍ ବସ୍ ନିର୍ମାଣକାରୀ ଏହି କମ୍ପାନୀର ରେଭନ୍ୟୁ ଡିସେମ୍ୱର ତ୍ରୈମାସିକରେ ୧୬୧୪ କୋଟି ଟଙ୍କା ରହିଛି। ଯାହାକି ବାର୍ଷିକ ଆଧାରରେ କମ୍ପାନୀର ରେଭନ୍ୟୁ ୧୫.୬୦ ପ୍ରତିଶତ ରହିଛି। ବର୍ଷେ ପୂର୍ବେ ଏହି ତ୍ରୈମାସିକରେ କମ୍ପାନୀର ରେଭେନ୍ୟୁ ୧୩୯୬.୨୦ କୋଟି ଟଙ୍କା ରହିଛି । ଜେବିଏସ ଅଟୋ ଲିମିଟେଡ୍‌ର EBITDA ବାର୍ଷିକ ଆଧାରରେ ୧୭୩.୪୦ କୋଟି ଟଙ୍କା ରହିଛି।

ବିଏସଇରେ ଆଜି ଜେବିଏସ ଅଟୋର ସେୟାର ୫୫୬.୧୫ ଟଙ୍କାର ସ୍ତରରେ ଖୋଲି ଥିଲା। ଦିନରେ କମ୍ପାନୀର ସେୟାର ମୂଲ୍ୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ ୫୭୩.୬୦ ଟଙ୍କାର ଇଣ୍ଟ୍ରା-ଡେ ହାଇରେ ପହଞ୍ଚି ଯାଇଛି। କହି ରଖୁଛି କି , ୨୦୨୬ରେ ଏବେସୁଦ୍ଧା କମ୍ପାନୀର ସେୟାରର ମୂଲ୍ୟରେ ୯.୭୯ ପ୍ରତିଶତର ହ୍ରାସ ଘଟିଛି। ଅନ୍ୟପଟେ ତିନି ମାସରେ କମ୍ପାନୀର ସେୟାରର ମୂଲ୍ୟ ୧୭ ପ୍ରତିଶତ ହ୍ରାସ ଘଟିଛି।