ନ୍ୟୁୟର୍କ : କୋଟିପତି ଏଲନ ମସ୍କ ନିଜର ୪ ବର୍ଷିୟ ପୁଅଙ୍କୁ ନେଇ ମ୍ୟାନହଟ୍ଟନରେ ଟ୍ରମ୍ପଙ୍କ ମେଗା ରାଲିରେ ସାମିଲ ହୋଇଥିଲେ , ଯେଉଁଠାରେ ସେ ଏକ ସ୍ୱତନ୍ତ୍ର ନାଲି ରଙ୍ଗର ଟୋପି ପିନ୍ଧି ଥିଲେ। ଏହି ଟୋପିରେ ଲେଖା ହୋଇଥିଲା , “ମେକ୍‌ ଭୋଟିଂ ଗ୍ରେଟ୍‌ ଏଗେନ”। ଯାହା ଟ୍ରମ୍ପଙ୍କ ପ୍ରସିଦ୍ଧ ବାକ୍ୟାଂଶ “ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ” ଉପରେ ଆଧାରିତ। 

ଟେସଲାର ସିଇଓ ରବିବାର ( ୨୭ ଅକ୍ଟୋବର) ରେ ନ୍ୟୁୟର୍କର ମେଡିସନ ସ୍କ୍ୱାୟର ଗାର୍ଡନରେ ପହଞ୍ଚି ଥିଲେ। ତାଙ୍କ ସହ ତାଙ୍କର ମାଆ ମେୟ ମସ୍କ ଓ ପୁଅ ଏକ୍ସ ଏଇ ଏ-ଏକ୍ସ ଆଇଇ ମଧ୍ୟ ଥିଲେ , ଯିଏ ନିଜ ପିତାଙ୍କ ନାଁ ଖଥିବା ଟ୍ରମ୍ପ ଭେନ୍ସ ସାଇନ୍‌ ଧରିଥିଲେ। 

ଟ୍ରମ୍ପଙ୍କ ଉକ୍ତ କାର୍ଯ୍ୟକ୍ରମରେ ଅନେକ ପରିଚିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଯେଉଁଥିରେ ଟ୍ରମ୍ପଙ୍କ ସାଥି ପ୍ରାର୍ଥୀ ଜେଡି ଭେନ୍ସ , ଟ୍ରମ୍ପଙ୍କ ପତ୍ନୀ ମେଲାନିଆ, ତାଙ୍କର ପୁଅ ଡୋନାଲ୍ଡ ଜୁନିୟର ଓ ଏରିକ୍‌ , କୁସ୍ତିଯୋଦ୍ଧା ହଲ୍କ ହୋଗନ ଓ ଟିଭି ବ୍ୟକ୍ତିତ୍ୱ ଡା. ଫିଲ୍‌ ସାମିଲ ଥିଲେ। ମସ୍କଙ୍କ ସହ ଟ୍ରମ୍ପଙ୍କ ରାଷ୍ଟ୍ରପତି ପଦର ଟ୍ରାଞ୍ଜିସନ ଟିମ୍‌ର ସଦସ୍ୟ ରବର୍ଟ ଏଫ୍‌, କେନେଡି ଜୁନିୟର ଓ ତୁଳସୀ ଗବାର୍ଡ ମଧ୍ୟ ଉପସ୍ଥିତ ଥିଲେ। 

ମସ୍କ ନିଜର କଳା ମାଗା ଟୋପି ପିନ୍ଧି ଥିଲେ ଏବଂ ମଞ୍ଚକୁ ଯିବା ପୂର୍ବରୁ ନିଜର ପୁଅକୁ କୋଳରେ ଧରିଥିଲେ , ଯିଏ ପୂର୍ବତନ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ପାଖରେ ଠିଆହୋଇ ଥିଲେ। ମସ୍କ ତୁରନ୍ତ ଟ୍ରମ୍ପଙ୍କ ପ୍ରମୁଖ ସମର୍ଥକଙ୍କ ମଧ୍ୟରୁ ଜଣେ ହୋଇ ଯାଇଥିଲେ , ସେ ଟ୍ରମ୍ପ ସମର୍ଥକ ସୁପର ପିଏସିକୁ ୭୫ମିଲିୟନ ଡଲାରର ଯୋଗଦାନ ଦେଇଛନ୍ତି ଏବଂ ରିପବ୍ଲିକାନ ପ୍ରାର୍ଥୀଙ୍କ ସମର୍ଥନରେ ଅନେକ ରାଲିରେ ଭାଷଣ ଦେଇଛନ୍ତି। 


ଏହି କାର୍ଯ୍ୟକ୍ରମ ପରେ ସସ୍କଙ୍କ ଛୋଟ ପୁଅଙ୍କ ସହ ମେଲାନିଆ ଟ୍ରମ୍ପଙ୍କର ଏକ ଫଟୋ ସୋସିଆଲ ମିଡ଼ିଆ ଧ୍ୟାନ ଆକର୍ଷଣ କରିଛି, ତଥା ଅନେକ ଉପଯୋଗକାରୀମାନେ ଖୁବ୍‌ ଉତ୍ସାହର ସହ ପ୍ରତିକ୍ରିୟା ଦେଇଛନ୍ତି। 

ଏହାକୁ ଦେଖି ଜଣେ ୟୁଜର ଲେଖିଛନ୍ତି , ଖୁବ୍‌ ସୁନ୍ଦର ଫଟୋ ! ମୁଁ କହି ପାରିବି କି ମେଲାନିଆ ଆପଣଙ୍କୁ ପିଲା ବହୁତ ପସନ୍ଦ। ଆପଣଙ୍କ ଚେହେରାରେ ମାଆ ଭଳି ହସ ଓ କୋମଳାର ସ୍ପର୍ଶ ରହିଛି। ଖୁବ୍‌ ଆକର୍ଷଣୀୟ ।