ନୂଆଦିଲ୍ଲୀ,୨୪/୦୭: ଭାରତୀୟ ରେଲୱେ  ପକ୍ଷରୁ ଏମର୍ଜେନ୍ସି କୋଟା (ଇକ୍ୟୁ) ଟିକଟ ବୁକିଂ  ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଯାତ୍ରୀଙ୍କୁ  ଜରୁରି ଟିକଟ ଲାଗି ଗୋଟିଏ ଦିନ ଆଗରୁ ଆବେଦନ  କରିବାକୁ ପଡ଼ିବ । ଯାତ୍ରା ଦିନ କରାଯାଇଥିବା ଆବେଦନକୁ ଗ୍ରହଣ କରାଯିବନି । 

ବୁଧବାର ଠାରୁ  ଲାଗୁ ହୋଇଛି ନୂଆ ନିୟମ । ଯାତ୍ରୀଙ୍କ ଚାର୍ଟ ପ୍ରସ୍ତୁତି  ପ୍ରକ୍ରିୟାକୁ ସହଜ କରିବା ଏବଂ ଟିକଟ କଳାବଜାରୀକୁ ରୋକିବାରେ ନୂଆ ନିୟମ ସହାୟକ ହେବ ବୋଲି  ରେଳ ବୋର୍ଡ ପକ୍ଷରୁ କୁହାଯାଇଛି । ଯେଉଁ ଟ୍ରେନର ଯାତ୍ରା  ପୂର୍ବାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ରହିଛି, ସେ  କ୍ଷେତ୍ରରେ ଏମର୍ଜେନ୍ସି କୋଟା ଆବେଦନ ଯାତ୍ରାର ଗୋଟିଏ  ଦିନ ପୂର୍ବରୁ ପୂର୍ବାହ୍ନ ୧୨ଟା ସୁଦ୍ଧା କରିବାକୁ ହେବ ।