ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କ ପରଲୋକ

Published By : Harapriya Sethi | January 19, 2025 2:34 PM

ଭୁବନେଶ୍ୱର,୧୯/୧୦: ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ଆଜି ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଯାଇଅଛି  । ମୃତ୍ୟୁବେଳକୁ ସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧିନରେ ସ୍ୱାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍‍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଓ ଓଡ଼ିଶାବାସୀଙ୍କ ପ୍ରିୟ ଚିକିତ୍ସକ  । 

ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହାରେ ହୋଇଥିଲା । ରେଭେନ୍‍ସା କଲିଜିଏଟ୍‍ ସ୍କୁଲରୁ ୧୯୬୨ ମସିହାରେ ପାସ୍‍ କରିଥିଲେ । ପରେ ରେଭେନ୍‍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍‍ ୱାଲ୍‍ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ପାରିଛନ୍ତି  । ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । 

୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ । ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆୱାର୍ଡ ଓ ଏ.ପି. ବର୍ମା ଆରେସନ ଆୱାର୍ଡ ଅନ୍ୟତମ  । ବିଦେଶରେ ବହୁ ପୁରସ୍କାର ପାଇବା ସହ ରୋଟାରୀ ଗଭର୍ଣ୍ଣର ଥିବା ସମୟରେ ଓଡ଼ିଶାର ପୁରପଲ୍ଲୀର ପାନୀୟ ଜଳ ପାଇଁ ୫୦୦ଟି ନଳକୂପ ବସାଇ ଖ୍ୟାତି ଅର୍ଜନ କରିପାରିଛନ୍ତି  । ତାଙ୍କର ସମାଜ ସେବା ପ୍ରତି ଏକ ମହାନ୍‍ ଅବଦାନର ରହିଛି । ତାଙ୍କ ମୃତ୍ୟୁରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଦର୍ଶନ କରିବା ସହ ଶୋକର ଛାୟା ଯାଇଛି  । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.