PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ଧୀରେନ୍ଦ୍ର କୁମାର ରାୟଙ୍କ ପରଲୋକ

ଭୁବନେଶ୍ୱର,୨୨/୦୧:  ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଏବଂ ସମ ହସ୍ପିଟାଲର ପୂର୍ବତନ ଡିନ ପ୍ରଫେସର ଡକ୍ଟର ଧୀରେନ୍ଦ୍ର କୁମାର ରାୟଙ୍କର ଦେହାନ୍ତ ହୋଇଛି। ସେ ସମ ଆଲଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷ ବୟସରେ ଦେହାନ୍ତ  ହୋଇଛି। ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ।

ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଜଣେ ଅଭିଜ୍ଞ ବିଶେଷଜ୍ଞ ଭାବେ ତାଙ୍କର ସୁନାମ ରହିଥିଲା।  ଧୀରେନ୍ଦ୍ର କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।  ଜଣେ ଦକ୍ଷ ପ୍ରଶାସକ ରହିଥିବା ପ୍ରଫେସର ରାୟ ରିଜିଓନାଲ ସ୍ପାଇନାଲ ଇଞ୍ଜୁରୀ ସେଣ୍ଟର, ଓଡିଶା ଓ ସର୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଚ୍ୟୁଟ ଅଫ ପେଡିଆଟ୍ରିକ୍ସ, କଟକର ନିର୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ସେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶଲ୍ୟ ବିଭାଗର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଧୀରେନ୍ଦ୍ର ଶିକ୍ଷା ଓ ଅନୁସନ୍ଧାନ (ସୋଆ )ର ମଧ୍ୟବର୍ତ୍ତିକାଳୀନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।  

ଧୀରେନ୍ଦ୍ର ୧୯୬୮ ମସିହାରେ ଏସସିବି ମେଡିକାଲ କଲେଜରୁ ଗ୍ରାଜୁଏସନ କରିବା ପରେ ୧୯୭୩ ରେ ସେହି ଅନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ। ୧୯୮୬ରେ ସେ ଏମ୍ସ ନୂଆଦିଲ୍ଲୀରୁ କାର୍ଡିଓଥୋରାଶିକ ଆଣ୍ଡ ଭାଷକୁଲାର ସର୍ଜରୀରେ ଉଚ୍ଚ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ପ୍ରଫେସର ଜୁଥିକା ରାୟ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡରମାଟୋଲୋଜି ବିଭାଗର ପୂର୍ବତନ ପ୍ରଫେସର ରହିଥିବା ବେଳେ ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଧୀରେନ୍ଦ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ମହାନ ବ୍ୟକ୍ତିତ୍ୱ ବୋଲି ଅବିହିତ କରିଛନ୍ତି।  ଆଇ ଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲର ଆରମ୍ଭରୁ ପ୍ରଫେସର ରାୟ ଏଥିରେ ଜଡ଼ିତ ଥାଇ ଅନୁଷ୍ଠାନର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି।   

ସମ୍ବନ୍ଧିତ ଖବର