ନୂଆଦିଲ୍ଲୀ : ଯଦି ଆପଣଙ୍କ ମନରେ ଅନେକ ପ୍ରକାରର ନେଗେଟିଭ୍‌ ଇମୋସନ ଆସୁଥାଏ,ତ ଏହା କେବଳ ଆପଣଙ୍କ ମେଣ୍ଟାଲ ହେଲଥ୍‌କୁ ଖରାପ କରି ନଥାଏ , ବରଂ ଏଥିରେ ଆପଣଙ୍କର ଫିଜିକାଲ ହେଲଥ୍‌ ମଧ୍ୟ ଧିରେ ଧିରେ ଖରାପ ହେବାକୁ ଲାଗିଥାଏ। କାରଣ ଏହି ଇମୋସନ ଶରୀରର ଅଲଗା ଅଲଗା ଅଙ୍ଗରେ ପ୍ରଭାବ ପକାଏ ଏବଂ ଏହାକୁ ରୋଗାଗ୍ରସ୍ତ କରି ଦିଏ। ଆସନ୍ତୁ ଜାଣିବା ଆପଣଙ୍କ ଦୁଃଖ , ବିରକ୍ତ ବା ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବା କାରଣରୁ ଶରୀର କେଉଁ ଅଙ୍ଗରେ ପ୍ରଭାବ ପଡ଼ିଥାଏ।

ଦାୟିତ୍ୱର ବୋଝ ଓ ଷ୍ଟ୍ରେସ୍‌ : 

ଯଦି ଆପଣଙ୍କ ଉପରେ ଦାୟିତ୍ୱ ସବୁ ଥାଏ ଏବଂ ଆପଣ ଏହି କାରଣରୁ ସାରାଦିନ ଚିନ୍ତାରେ ରହିଥାନ୍ତି ତ, ଏଥିରେ ଆପଣଙ୍କ କାନ୍ଧ ଓ ବେକରେ ଯନ୍ତ୍ରଣା ଅନୁଭବ ହୁଏ , ଦାୟିତ୍ୱବୋଧ କାରଣରୁ ଟେନସନ ଅନେକ ସମୟରେ କାନ୍ଧ ଓ ବେକରେ ଯନ୍ତ୍ରଣା ସୃଷ୍ଟି କରିଥାଏ।

ଆର୍ଥିକ ସମସ୍ୟା :  ଯେଉଁ ଲୋକଙ୍କର ଫାଇନେନ୍ସିଆଲ ବା ଆର୍ଥିକ ସମସ୍ୟା ଥାଏ , ସେହି ଲୋକେ ଅନେକ ସମୟରେ ଲୋୟର ବ୍ୟାକ୍‌ ପେନ୍‌ ସମସ୍ୟାରେ ପଡ଼ିଥାନ୍ତି। ଅନେକ ଥର ଦେଖିବାକୁ ମିଳିଛି ଯେ, ଯେଉଁ ମହିଳାମାନେ ଘରର ଆର୍ଥିକ ଖର୍ଚ୍ଚକୁ ସମ୍ଭାଳି ଥାନ୍ତି , ତାଙ୍କୁ ଲୋୟର ବ୍ୟାକ୍‌ ପେନ୍‌ ରହିଥାଏ।  

ଫ୍ରଷ୍ଟେଡ୍‌ ରହୁଥିବା ବ୍ୟକ୍ତି : ଯଦି ଆପଣ ମନର କଥାକୁ କହି ପାରି ନଥାନ୍ତି ଏବଂ ମନକୁ ମନ ଫ୍ରଷ୍ଟେଡ୍ ଅନୁଭବ କରନ୍ତି ତ , ଏମିତିରେ ଦାନ୍ତ ମାଢିରେ ଯନ୍ତ୍ରଣା ଆରମ୍ଭ ହୋଇ ଥାଏ। 

ଦୁଃଖି ରହିବା , ହୃଦୟ ଭାଙ୍ଗିବା :  ଯେଉଁ ବ୍ୟକ୍ତି ବହୁତ ଦୁଃଖି ଓ ସମସ୍ୟାରେ ଥାନ୍ତି ତ , ଆପଣଙ୍କ ମନକୁ ଯଦି କେହି ଦୁଃଖ ଦେଇ ଥାଏ ଅର୍ଥାତ୍‌ ହୃଦୟ ଭାଙ୍ଗିଯାଇ ଥିଲେ ଛାତି ଓ ହୃଦୟରେ ଯନ୍ତ୍ରଣା ହୁୁଏ।

ଅବସାଦ , ଚିନ୍ତା ଲାଗି ରହିଲେ- ଯଦି ଆପଣଙ୍କୁ ଏଞ୍ଜାଇଟି ରହିଥାଏ। ନିଜ କାମର , ପରିବାର ପକ୍ଷରୁ ଅନେକ ପ୍ରକାରର ଚିନ୍ତା ଘେରି ରହିଥାଏ ତ, ଏହା ଆପଣଙ୍କ ପେଟରେ ପ୍ରଭାବ ପକାଇ ଥାଏ। ଚିନ୍ତା କାରଣରୁ ଡାଇଜେସନ ଖରାପ ରହିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ହୋଇ ନଥାଏ।

ଦିନ-ରାତି ଭାବି ଥାନ୍ତି - ଯଦି ଆପଣ ଦିନ-ରାତି ଭାବିବାରେ ଲାଗି ଥାନ୍ତି। ଯେଉଁଥିରେ ଷ୍ଟ୍ରେସ୍‌ ହୋଇ ଯାଇ ଥାଏ ତ ମୁଣ୍ଡରେ ଯନ୍ତ୍ରଣା ରହେ । ଏଥିରେ ଲୋକଙ୍କ ଇମୋସନ ମୁଣ୍ଡରେ ଫସି ରହିଥାଏ ଏବଂ ସେ ମୁଣ୍ଡ ବିନ୍ଧାର ଶିକାର ହୋଇଥାନ୍ତି।