PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଦରମା ନଦେବାରୁ ମାଲିକକୁ କିଡନାପ୍ କରି ଟର୍ଚର କଲେ ୭ କର୍ମଚାରୀ

source:yourstory.com

ବେଙ୍ଗାଲୁରୁ ୧୦/୪: ବେଙ୍ଗାଲୁରୁରେ ଏକ ଅଜବ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ପ୍ରାଇଭେଟ୍ କମ୍ପାନୀର ୪ ଜଣ କର୍ମଚାରୀ ନିଜ ବସକୁ କିଡନାପ୍ କରି ଟର୍ଚର କରିଛନ୍ତି । କାରଣ ସେମାନଙ୍କ ବସ୍ ଗତ ୭ ମାସ ହେବ ତାଙ୍କୁ ଦରମା ଦେଇନଥିଲା ।

୨୩ ବର୍ଷୀୟ ସୁଜୟ ଟେକ୍ ଫାର୍ମର ଓନୋର । ଗତ କିଛି ମାସ ହେବ ତାଙ୍କ କମ୍ପାନୀ ଟିକିଏ ଘାଟାରେ ଚାଲିଛି । ତେଣୁ ସେ କିଛି ମାସ ହେବ ତାଙ୍କ ଏମ୍ଲୋଇଙ୍କୁ ଦରମା ଦେଇପାରିନଥିଲେ । ତେବେ ତାଙ୍କ କମ୍ପାନୀର ୭ ଜଣ କର୍ମଚାରୀ ଏଥିରେ ବିରକ୍ତ ହୋଇଯାଇଥିଲେ । ଗତ ୭ ମାସ ହେବ ସେମାନେ ଦରମା ପାଇନଥିଲେ । ତେଣୁ ସେମାନେ ସୁଜୟଙ୍କୁ କିଡନାପ୍ କରି ଟର୍ଚର କରିବାକୁ ଯୋଜନା କଲେ । ଯେଉଁ ପର୍ଯ୍ୟନ୍ତ ସେମାନେ ତାଙ୍କ ଦରମା ପାଇନାହାନ୍ତି ସେମାନେ ତାଙ୍କ ଓନୋରକୁ ମାନସିକ ଯନ୍ତ୍ରଣା ଦେବା ପାଇଁ ସମସ୍ତ ପ୍ଲାନ୍ କଲେ ।

ମାର୍ଚ୍ଚ ୨୧ ରେ ସେମାନେ ନିଜ ଯୋଜନା ଅନୁସାରେ ସୁଜୟଙ୍କ ଅପହରଣ କରିନେଲେ । ସେମାନେ ସୁଜୟଙ୍କୁ ଦକ୍ଷିଣ ପୂର୍ବ ବେଙ୍ଗାଲୁରୁ ସ୍ଥିତ ସରୋଜପୁର ରୋଡରେ ନିଜର ଜଣେ ସାଙ୍ଗର ଘରକୁ ନେଇଗଲେ । ତେବେ ସୁଜୟ ଘରକୁ ନଫେରିବା ଫଳରେ ତାଙ୍କ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କଲେ । ପୋଲିସ ବହୁତ ଖୋଜାଖୋଜି ପରେ ୪ ଜଣଙ୍କୁ ଗିରଫ କଲା । ଏବେବି ୩ ଅଭିଯୁକ୍ତ ଫେରାର ଅଛନ୍ତି ।

ସମ୍ବନ୍ଧିତ ଖବର