ହନ୍ଦୱାଡାରେ ପୁଣି ଆତଙ୍କବାଦୀ-ସୁରକ୍ଷାବଳ ଗୁଳିବିନିମୟ, ଆଉ ଜଣେ ଯବାନ ସହିଦ

source:aajtak.intoday.in
ନୁଆଦିଲ୍ଲୀ ୩/୩: ଜମ୍ମୁ କଶ୍ନୀରର ହନ୍ଦୱାଡାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ଯରେ ତୃତୀୟଦିନ ମଧ୍ଯ ଗୁଳି ବିନିମୟ ଜାରି ରହିଛି । ରବିବାର ସକାଳେ ଫାୟାରିଂ ଷ୍ଟପ୍ ହୋଇଯାଇଛି । ସୁରକ୍ଷାବଳ ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି । ରବିବାର ଏହି ମୁହାଁମୁହିଁରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଏପର୍ଯ୍ଯନ୍ତ ୩ ସିଆରପିଏଫ୍ ଯବାନ ଓ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି ।
#UPDATE: One more CRPF personnel has succumbed to injuries sustained yesterday during the encounter in Handwara. #JammuAndKashmir https://t.co/06UiXZhyRT
— ANI (@ANI) March 3, 2019
ଏନକାଉଣ୍ଟରରେ ଶନିବାର ସୁରକ୍ଷାବଳର ୪ ଯବାନ ସହିଦ ହୋଇଥିଲେ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ଯୁ ହୋଇଥିଲା । ଏହି ସମୟରେ ୨ ଆତଙ୍କୀ ମଧ୍ଯ ସଫା ହୋଇଥିବାର ଖବର ଆସିଥିଲା । ତେବେ ଏପର୍ଯ୍ୟନ୍ତ ଆତଙ୍କୀଙ୍କ ମୃତଦେହ ମିଳିନି ।