PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଶତ୍ରୁ ସମ୍ପତ୍ତିକୁ ବିକ୍ରୟ ପାଇଁ ଯୋଜନା କରୁଛନ୍ତି ସରକାର, ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ ଥିବା ଶତ୍ରୁ ସମ୍ପତ୍ତିକୁ ବିକ୍ରୟ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମ୍ପତ୍ତି ହେଉଛି ସେଇମାନଙ୍କର ଯେଉମାନଙ୍କର ମାଲିକାନା ପାକିସ୍ତାନ କିମ୍ୱା ଚୀନ ହାତକୁ ଯାଇଛି ଏବଂ ସେମାନେ ସେଠାକାର ନାଗରିକତା ଗ୍ରହଣ କରିଛନ୍ତି। ଦେଶରେ ୧୨,୬୧୧ ଶତ୍ରୁ ସମ୍ପତ୍ତି ରହିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା। ଶତ୍ରୁ ସମ୍ପତ୍ତି ଆଇନ ଅନୁସାରେ ସିଇପିଆଇ ଗଠନ  କରାଯାଇଛି।

ଗୃହ ମନ୍ତ୍ରଣାଳୟ ଶତ୍ରୁ ସମ୍ପତ୍ତିକୁ ଚୋକବନ୍ଦୀ (ସେଟେଲମେଣ୍ଟ) କରିବା ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଅନୁସାରେ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ୱା ଡେପୁଟି କମିଶନରଙ୍କ ଦ୍ୱାରା ଏହି ଶତ୍ରୁ ସମ୍ପତ୍ତିକୁ ବିକ୍ରୟ କରାଯିବ। ନିୟମ ଅନୁସାରେ ଯଦି ଶତ୍ରୁ ସମ୍ପତ୍ତିର ମୂଲ୍ୟ ଏକ କୋଟି ଟଙ୍କାରୁ କମ ହୋଇଥାଏ, ତେବେ ସିଇପିଆଇ ପ୍ରଥମେ ଏହି ସମ୍ପତ୍ତିକୁ ଅଧିକୃତ ଲୋକଙ୍କୁ କ୍ରୟ କରିବା ପାଇଁ ଅଫର କରିବ। ଯଦି ସେମାନେ ଏହି ସମ୍ପତ୍ତିକୁ କ୍ରୟ କରିବାକୁ ଆଗ୍ରହ ପ୍ରକାଶ ନକରନ୍ତି ତେବେ ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁସାରେ ବିକ୍ରୟ କରାଯିବ।

ସେହପରି ଯଦି ଶତ୍ରୁ ସମ୍ପତ୍ତିର ମୂଲ୍ୟ ଏକ କୋଟିରୁ ୧୦୦ କୋଟି ଟଙ୍କା ମଧ୍ୟରେ ରହିଥାଏ ତେବେ ସିଇପିଆଇ ଦ୍ୱାରା ଇ-ନିଲାମ ମାଧ୍ୟମରେ ବିକ୍ରୟ କରାଯିବ କିମ୍ୱା ଶତ୍ରୁ ସମ୍ପତ୍ତିକୁ କେନ୍ଦ୍ର କମିଟି ଦ୍ୱାରା ନୂଆ ମୂଲ୍ୟ ଜାରି କରାଯାଇ ଏହାର ବିକ୍ରୟ କରାଯିବ। ଏହି ନିଲାମ ଦ୍ୱାରା ସରକାର ପ୍ରାୟ ୩୪୦୦ କୋଟି ଆୟ କରିବାର ଆଶା ରଖିଛି।

ବର୍ତ୍ତମାନ ସୁଦ୍ଧା ସରକାର ମୋଟ ୧୨୬୧୧ ଅଚଳ ଶତ୍ରୁ ସମ୍ପତ୍ତିକୁ ଚିହ୍ନଟ କରିଛି। ସରକାର ଏଥିପାଇଁ ରାଷ୍ଟ୍ରୀୟ ସ୍ଥରରେ ସର୍ଭେ କରିଥିଲା। ଏହି ଶତ୍ରୁ ସମ୍ପତ୍ତି ଦେଶର ୨୦ ଟି ରାଜ୍ୟ ଓ ତିନୋଟି କେନ୍ଦ୍ର ଶାସିତ ରାଜ୍ୟରେ ରହିଛି। ଏଥିରେ ୧୨,୪୮୫ ସମ୍ପତ୍ତି ପାକିସ୍ତାନ ପଳାଇଥିବା ଲୋକଙ୍କ ନାଁରେ ରହିଛି। ସେହିଭଳି ୧୨୬ ସମ୍ପତ୍ତି ଚୀନ ନାଗରିକତା ନେଇଥିବା ଲୋକଙ୍କ ନାଁରେ ରହିଛି। ସର୍ବାଧିକ ସମ୍ପତ୍ତି ଉତ୍ତର ପ୍ରଦେଶ (୬,୨୫୫ ସମ୍ପତ୍ତି), ପଶ୍ଚିମବଙ୍ଗ (୪୦୮୮ ସମ୍ପତ୍ତି), ଦିଲ୍ଲୀ (୬୫୯), ଗୋଆ (୧୫୧ ସମ୍ପତ୍ତି), ମହାରାଷ୍ଟ୍ର (୨୦୮), ତେଲେଙ୍ଗାନା (୧୫୮), ଗୁଜରାଟ (୧୫୧), ବିହାର (୯୪), ମଧ୍ୟ ପ୍ରଦେଶ (୯୪), ଛତିଶଗଡ଼ (୭୮) ଓ ହରିଆଣା (୭୧) ସମ୍ପତ୍ତି ସାମିଲ ରହିଛି।    

ସମ୍ବନ୍ଧିତ ଖବର