ଲିଡ୍ସ: ତେନ୍ଦୁଲକର-ଏଣ୍ଡରସନ ଟ୍ରଫିର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୬ ରନର ଆଗୁଆ ରହିଛି। ରବିବାର ଭାରତୀୟ ବୋଲରମାନେ ଇଂଲଣ୍ଡ ଦଳକୁ ୪୬୫ ରନରେ ଅଲଆଉଟ କରିଥିଲେ। ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା।




ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ର ତୃତୀୟ ଦିନରେ ଇଂଲଣ୍ଡ ୨୦୯/୩ ସ୍କୋରରୁ ଖେଳିବା ଆରମ୍ଭ କରିଥିଲା। ଓଲି ପୋପ୍ ୧୦୬, ହ୍ୟାରି ବ୍ରୁକ୍ ୯୯ ଏବଂ ବେନ୍ ଡକେଟ ୬୨ ରନ କରିବା ପରେ ଆଉଟ ହୋଇଥିଲେ। ଜେମି ସ୍ମିଥ୍ ୪୦ ଏବଂ କ୍ରିସ୍ ୱକ୍ସ ୩୮ ରନ କରିଥିଲେ। ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୫ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣ ୩ ଏବଂ ମହମ୍ମଦ ସିରାଜ ୨ଟି ୱିକେଟ ନେଇଛନ୍ତି।