ପାକିସ୍ତାନ ଯାଇ ସଙ୍କଟରେ ଇଂଲଣ୍ଡ କ୍ରିକେଟ ଟିମ୍ ! ୧୪ ଖେଳାଳି ଅଜଣା ଭାଇରସ୍ରେ ସଂକ୍ରମିତ

ରାଓ୍ବଲପିଣ୍ଡି,୩୦।୧୧: ଇଂଲଣ୍ଡ ଓ ପାକିସ୍ତାନ ଭିତରେ ୧ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ଉପରେ ବଡ ସଙ୍କଟ ଦେଖିବାକୁ ମିଳିଛି। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ଇଂଲଣ୍ଡର କ୍ୟାପଟେନ୍ ବେନ୍ ଷ୍ଟୋକସ୍ଙ୍କ ସହିତ ଟିମ୍ର ମୋଟ ୧୪ ସଦସ୍ୟ ଏକ ଅଜଣା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ରାଓ୍ବଲପିଣ୍ଡିରେ ଟେଷ୍ଟ ମ୍ୟାଚ୍ର ଠିକ୍ ଦିନକ ପୂର୍ବରୁ ଏଭଳି ଖବର ସାମନାକୁ ଆସିଛି, ଖେଳାଳିଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି ଓ ଏବେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି।
Around 14 members of the travelling party, including captain Ben Stokes, have been advised to rest at their hotel.#BBCCricket
— BBC Sport (@BBCSport) November 30, 2022
ବିବିସି ସ୍ପୋର୍ଟସ୍ର ସୂଚନା ଅନୁସାରେ, ୧୪ ସଦସ୍ୟଙ୍କୁ ଇନଫେକସନ୍ ହୋଇଛି, ତାଙ୍କ ଭିତରୁ ଅଧା ଖେଳାଳି ଓ ଷ୍ଟାଫ୍ ମେମ୍ବର ରହିଛନ୍ତି । ଇଂଲଣ୍ଡ ତିନୋଟି ମ୍ୟାଚ୍ର ସିରିଜ ପାଇଁ ୧୫ ଖେଳାଳିଙ୍କୁ ପାକିସ୍ତାନ ପଠାଇଛି, ଏଥିରେ ପ୍ରାୟ ଅଧା ଖେଳାଳି ଇନଫେକସନ୍ରେ ପୀଡିତ ହୋଇଛନ୍ତି। ଏଭଳି ସ୍ଥିତରେ ପ୍ରଥମ ଟେ୍ଟ ମ୍ୟାଚ୍ କିଭଳି ହେବ, ଏବେ ସ୍ପଷ୍ଟ ହୋଇପାରିନି। ରିପୋର୍ଟ ଅନୁସାରେ, ଇଂଲଣ୍ଡ ଟିମ୍ର ଏତେ ଖରାପ ସ୍ଥିତି ଯେ, ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ପ୍ରାକ୍ଟିସ୍ ସେସନ୍ରେ ଯୋଗ ଦେବା ପାଇଁ କେବଳ ୫ ଖେଳାଳି ପହଞ୍ଚି ପାରିଛନ୍ତି ଓ ବାକି ସବୁ ଅସୁସ୍ଥ ଅଛନ୍ତି। ଇଂଲଣ୍ଡର ଖେଳାଳି କେଉଁ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡିନି। ଏହା କରୋନା କିମ୍ବା ଅନ୍ୟ କୌଣସି ଭାଇରସ୍ ହୋଇପାରେ।

ଉଲ୍ଲେଖନୀୟ ଯେ, ପାକିସ୍ତାନରେ ଦୀର୍ଘ ସମୟ ପରେ ଇଣ୍ଟରନ୍ୟାସନାଲ କ୍ରିକେଟ ଆରମ୍ଭ ହୋଇଛି। ଇଂଲଣ୍ଡ ମଧ୍ୟ ବହୁ ଦଶକ ପରେ ପାକିସ୍ତାନରେ କୌଣସି କ୍ରିକେଟ ସିରିଜ୍ରେ ଭାଗ ନେବା ପାଇଁ ପହଞ୍ଚିଛି। ଏହି କାରଣରୁ ପିସିବି ଦ୍ବାରା ଏହି ସିରିଜ୍କୁ ଖୁବ୍ ହାଇଲାଇଟ୍ କରାଯାଇଥିଲା। ଇଂଲଣ୍ଡ ପକ୍ଷରୁ ବହୁ ବଡ ଖେଳାଳି, ପୂର୍ବ ଖେଳାଳି ଓ କମେଣ୍ଟେଟର ଏହି ସିରିଜ୍ ପାଇଁ ପାକିସ୍ତାନ ପହଞ୍ଚିଛନ୍ତି। ଇଂଲଣ୍ଡ ଦ୍ବାରା ପ୍ରଥମ ଟେଷ୍ଟ ପାଇଁ ନିଜର ପ୍ଲେଇଂ-୧୧ର ମଧ୍ୟ ଘୋଷଣା କରିଦିଆଯାଇଥିଲା, ଯେଉଁଥିରେ ଲିଭିଙ୍ଗଷ୍ଟୋନ୍ ଡେବ୍ୟୁ କରିବାକୁ ଯାଉଛନ୍ତି।