ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ; ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ

ମଞ୍ଚେଷ୍ଟାର ୧୮।୬: ଆଜି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୨୪ ତମ ମ୍ୟାଚ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ମଞ୍ଚେଷ୍ଟାରରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ ।
ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକ ମ୍ୟାଚରେ ପରାଜିତ ହୋଇଛି । ତେବେ ପଏଣ୍ଟ ଟେବୁଲର ଶଏଷରେ ଥିବା ଆଫଗାନିସ୍ତାନର ସେମିଫାଇନାଲ୍ ଆଶା କମ ଥିବା ପରେ ମଧ୍ୟ ଖାତା ଖୋଲିବା ପାଇଁ ଇଂଲଣ୍ଡକୁ ଟକ୍କର ଦେବ ଆଫଗାନିସ୍ତାନ । ଅନ୍ୟପଟେ ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହିତ ମୋଟ ୬ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଚତୁର୍ଛ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜିତି ନିଜର ସେମିଫାଇନାଲ୍ ରାସ୍ତାକୁ ସହଜ କରିବାକୁ ଚେଷ୍ଟାକରିବ ଇଂଲଣ୍ଡ ।
ଆଫଗାନିସ୍ତନ- ରହମାତ ଶାହା, ନୁର ଅଲ୍ଲୀ ଜଦ୍ରାନ, ହସମୁତୁଲ୍ହା ଶାହିଦି, ଅସଘର ଅଫଘାନ୍, ମଦମ୍ମଦ ନବି, ଇକ୍ରମ ଅଲ୍ଲୀ ଖିଲ (ୱିକେଟ ରକ୍ଷକ), ଗୁଲବଦୀନ ନାଏବ (ଅଧିନାୟକ), ନାଜିବୁଲ୍ହା ଜଦ୍ରାନ, ରାଷିଦ୍ ଖାନ, ମୁଜିବୁର ରେହମାନ, ଦୱଲତ ଜଦ୍ରାନ
ଇଂଲଣ୍ଡ: ଜନି ବେୟାରଷ୍ଟୋ, ଜେମ୍ସ ଭିନ୍ସ, ଜଏ ରୁଟ୍, ଇଅନ୍ ମୋର୍ଗାନ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜସ୍ ବଟଲର (ୱିକେଟ ରକ୍ଷକ), ମୋଇନ ଅଲ୍ଲୀ, କ୍ରିସ୍ ଓକ୍ସ, ଆଦିଲ୍ ରଶିଦ୍, ଜୋଫ୍ରା ଆର୍ଚର, ମାର୍କ ଉଡ୍