ପ୍ରମୂଖ ଖବର
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଟସ୍‌ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି; ସାଇ ସୁଦର୍ଶନଙ୍କ ଡେବ୍ୟୁ, ଦଳକୁ ଫେରିଲେ କରୁଣ ନାୟର

Published By : Tapas Panda | June 20, 2025 4:25 PM

Image Courtesy: hindustantimes

ନୂଆଦିଲ୍ଲୀ: ଲିଡ୍ସର ହେଡିଂଲିରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟସ୍ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସାଇ ସୁଦର୍ଶନଙ୍କୁ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଅଧିନାୟକ ଶୁଭମନ ଗିଲ୍ ସ୍ପଷ୍ଟ କରିଛନ୍ତି ଯେ, ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। ଟିମ୍ ଇଣ୍ଡିଆ ଚାରି ଜଣ ଦ୍ରୁତ ବୋଲରଙ୍କ ସହିତ ଆସିଛି। ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଏହା ବ୍ୟତୀତ ଜସପ୍ରିତ ବୁମରା, ପ୍ରସିଦ୍ଧ କୃଷ୍ଣା ଏବଂ ମହମ୍ମଦ ସିରାଜ ଅଛନ୍ତି। କରୁଣ ନାୟାରଙ୍କୁ ମଧ୍ୟ ସୁଯୋଗ ମିଳିଛି। ସେ ଦୀର୍ଘ ସମୟ ପରେ ଟେଷ୍ଟ ଦଳକୁ ଫେରିଛନ୍ତି।

ଟସ୍ ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି, ‘ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ। ଆମର ପ୍ରସ୍ତୁତି ଚମତ୍କାର। ଆମେ ବେକେନହାମରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିଥିଲୁ । ଖେଳାଳିମାନେ ବହୁତ ଭଲ ଅନୁଭବ କରୁଛନ୍ତି। ସାଇ ସୁଦର୍ଶନ ଡେବ୍ୟୁ କରୁଛନ୍ତି। କରୁଣ ନାୟାର ଦଳକୁ ଫେରିଛନ୍ତି। ସାଇ ସୁଦର୍ଶନ ତୃତୀୟ ନମ୍ବରରେ ବ୍ୟାଟିଂ କରିବେ।’ ସେପଟେ ଟସ୍ ପରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ କହିଛନ୍ତି, ‘ଆମେ ପ୍ରଥମେ ବୋଲିଂ କରିବୁ। ଆମେ ଏଠାରେ ବହୁତ ଭଲ ମ୍ୟାଚ୍ ଖେଳିଛୁ।’

ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ଟ୍ରଫି ସିରିଜର ପ୍ରଥମ ମ୍ୟାଚ୍ ଆଜିଠୁ ଲିଡ୍ସରେ ଆରମ୍ଭ ହୋଇଛି। ଆୟୋଜକ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରୁଛି। ଆଇପିଏଲ୍‌ରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିବା ସାଇ ସୁଦର୍ଶନ ଟେଷ୍ଟ ଡେବ୍ୟୁ କରିଛନ୍ତି । ୨୩ ବର୍ଷୀୟ ସାଇ ସୁଦର୍ଶନ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାରେ ୩୧୭ତମ ଖେଳାଳି । ସୁଦର୍ଶନଙ୍କୁ ଚେତେଶ୍ୱର ପୂଜାରା ଟେଷ୍ଟ କ୍ୟାପ୍ ଦେଇଥିଲେ ।

ସେପଟେ କରୁଣ ନାୟର ନିଜର ଶେଷ ଟେଷ୍ଟ ୨୦୧୭ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ତା’ ପରଠୁ ତାଙ୍କୁ କୌଣସି ସୁଯୋଗ ମିଳିନଥିଲା । କରୁଣ ନାୟର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ମାୋହାଲି ଟେଷ୍ଟରେ ଟ୍ରିପଲ ସେଞ୍ଚୁରି ମାରିଥିଲେ । ତେବେ ତା' ପରଠୁ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର କମ ସୁଯୋଗ ମିଳିଥିଲା । ଅନ୍ୟପଟେ ଶାର୍ଦୁଳ ଠାକୁର ମଧ୍ୟ ଅନେକ ମାସ ପରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିଛନ୍ତି । ଏହା ପୂର୍ବରୁ ୨୦୨୩ ଡିସେମ୍ୱରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶାର୍ଦୁଲ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଲିଡ୍ସ ଟେଷ୍ଟ ପାଇଁ ନୀତୀଶ ରେଡ୍ଡିଙ୍କ ପରିବର୍ତ୍ତେ ଶାର୍ଦୁଳଙ୍କୁ ସୁଯୋଗ ମିଳିଛି । 

ଇଂଲଣ୍ଡର ଦଳ: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ୍ କିପର), କ୍ରିସ୍ ୱୁକସ୍, ବ୍ରାଇଡନ୍ କାର୍ସ, ଜୋସ୍ ଟଙ୍ଗ ଏବଂ ଶୋଏବ ବଶିର

ଭାରତୀୟ ଦଳ:  ଯଶସ୍ୱୀ ଜୟସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ (ୱିକେଟ୍ କିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.