ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ଓ ସମ୍ପାଦକ ଗିରଫ, କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ

Published By : Rasmita Pradhan | February 8, 2025 2:28 PM

ଭୁବନେଶ୍ଵର, ୦୮/୦୨ : କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ୍ ସୋସାଇଟି ଉପରେ ଇଓଡବ୍ଲୁର ବଡ଼ ଧରଣର ରେଡ୍। କୋଟି କୋଟି ଟଙ୍କାର ହେରଫେର ନେଇ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ କେନ୍ଦୁଝରରୁ ଗତକାଲି ରାତିରେ ଉଠାଇ ନେଇଥିଲା ଇଓଡବ୍ଲୁ। ଆଜି ତାଙ୍କୁ ଗିରଫ କରି ବାଲେଶ୍ଵର କୋର୍ଟ ଚାଲଣ କରାଯାଇଛି। 

ସୂଚନା ଅନୁସାରେ, ଜାଲ ଦସ୍ତାବିଜ ଦେଇ ଏହି ସୋସାଇଟିରୁ ୪୦ ରୁ ୫୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ବିଶ୍ଵନାଥ ରାଉଳ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସଂସ୍ଥା ଶୁଆକାଟି ଖଣି ପ୍ରଭାବିତ ଲୋକଙ୍କର ସୁବିଧା ପାଇଁ ୨୦୦୬ ମସିହାରେ ଗଠନ କରାଯାଇଥିଲା। ହେଲେ ଏହାର କିଛି ଅସାଧୁ କର୍ମକର୍ତ୍ତା ଜାଲି ଦସ୍ତାବିଜ ମଧ୍ୟମରେ  ବିଭିନ୍ନ କାର୍ଯ୍ୟ ଓ ସଙ୍ଗଠନ ନାଁରେ ବିନା ଟେଣ୍ଡର ଓ ଇଉଟିଲାଇଜେସନ ସାର୍ଟିଫିକେଟ ବିନା କୋଟି କୋଟି ଟଙ୍କା ହଡ଼ପ କରୁଥିଲେ। ଏପରିକ କୌଣସି ଦେୟ ବା ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ଯଥା କ୍ୟାସ ବହି, ଲେଜର ବହି ଆଦି ନାହିଁ। ଏପରିକି କୋଟି କୋଟି ଟଙ୍କା ବିନା ଚେକ୍ କିମ୍ଵା ଏଫଟି ଆଦିରେ ନଦେଇ ସିଧା ସଳଖ ଟଙ୍କା ଆକାରରେ ଦିଆଯାଉଥିଲା। ତଦନ୍ତ ସମୟରେ ଏଭଳି ତଥ୍ୟ ଖୁଲାସା ହୋଇଛି। ଯାହାକି ଇଓଡବ୍ଲୁକୁ ଆଶ୍ଚର୍ଯ୍ୟ କରିଛି। ଏହି ଅନିୟମିତତା ନେଇ ସଭାପତି କିମ୍ବା ସମ୍ପାଦକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାଁନ୍ତି। ତେଣୁ ଇଓଡବ୍ଲୁ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ସଂସ୍ଥାର ଅନେକ ଦସ୍ତାବିଜ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.