ଭୁବନେଶ୍ଵର, ୧୦/୦୬ : ଘରୋଇ ସେକ୍ଟରରେ କାମ କରୁଥିଲେ ବି ମାଗଣାରେ ମିଳିବ ଇନ୍ସୁରାନ୍ସ କଭର। ଟଙ୍କାଟିଏ ବି ଖର୍ଚ୍ଚ ନକରି ପାଇବେ ଲକ୍ଷ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା। ଏଥିପାଇଁ କିଛି ନିବେଶ କରିବାକୁ ପଡିବନି। ଅର୍ଥାତ୍ ବିନା ପ୍ରିମିୟମରେ ୭ ଲକ୍ଷ ଟଙ୍କାର ଲାଇଫ୍ ଇନ୍ସୁରାନ୍ସ ମିଳିବ। ତେବେ ଜାଣନ୍ତୁ କେମିତି...
ଯଦି ଆପଣଙ୍କର ଇପିଏଫ୍ ଆକାଉଣ୍ଟ ଅଛି ଏବଂ ପ୍ରତି ମାସରେ ପିଏଫ୍ କଟୁଛି ତାହେଲେ ଆପଣ ମୁକ୍ତ ଜୀବନ ବୀମା ପାଇବାକୁ ଯୋଗ୍ୟ। ଏଥିପାଇଁ କେବଳ ଇପିଏଫ୍ ଖାତାରେ ନୋମିନିଙ୍କ ତଥ୍ୟ ଅପଡେଟ୍ ଥିବା ଜରୁରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ତାର ସଦସ୍ୟମାନଙ୍କୁ ଏମ୍ପ୍ଲଇ ଲିଙ୍କଡ୍ ଇନ୍ସୁରାନ୍ସ ସ୍କିମ୍ ର ଲାଭ ଦେଉଛି। ଏହା ଏକ ପ୍ରକାରର ଜୀବନ ବୀମା କଭର। ଏହାଦ୍ଵାରା ଚାକିରି କରିବା ସମୟରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ ତାହେଲେ ତାଙ୍କ ପରିବାର କିମ୍ଵା ନୋମିନିଙ୍କୁ ଆର୍ଥିକ ସହାୟତା ମିଳିବ। ଇପିଏଫଓ ଦ୍ଵାରା ଏହି ଯୋଜନା ସଞ୍ଚାଳିତ। ଯାହାକି କେବଳ ଇପିଏଫ ସଦସ୍ୟଙ୍କୁ ମିଳିବ।
ବୀମା ପାଇଁ କୌଣସି ପ୍ରିମିୟମ ଭରିବାକୁ ପଡିବ ନାହିଁ। ଏହାର ପୁରା ଖର୍ଚ୍ଚ କମ୍ପାନୀ ଉଠାଇବ। ଏହି ଯୋଜନା ପାଇଁ ଯୋଗ୍ୟ ଥିବା ଅଧିକାଂଶ ସଦସ୍ୟଙ୍କୁ ୭ ଲକ୍ଷ ଟଙ୍କାର ଇନ୍ସୁରାନ୍ସ କଭର ମିଳିବ। ତେବେ କିଛି ସର୍ତ୍ତ କାରଣରୁ ଆଉ କିଛି ସଦସ୍ୟଙ୍କୁ ଅଢେଇ ଲକ୍ଷ ଟଙ୍କା ଇନ୍ସୁରାନ୍ସ ମିଳିବ। ଏହି ଆମାଉଣ୍ଟ କର୍ମଚାରୀଙ୍କ ଦରମା ଏବଂ ପିଏଫ୍ ଖାତାର ଆଭରେଜ୍ ବାଲାନ୍ସ ଉପରେ ନିର୍ଭର କରେ।
୧. ଆବଶ୍ୟକୀୟ ପ୍ରମାଣପତ୍ର:
ଫର୍ମ 5IF (EDLI ଦାବି ଫର୍ମ)
ମୃତ୍ୟୁ ପ୍ରମାଣପତ୍ର
ଦାବୀଦାରଙ୍କ ପରିଚୟ ପତ୍ର
ବ୍ୟାଙ୍କ ଆକାଉଣ୍ଟ ବିବରଣୀ (ପାସବୁକ୍ କିମ୍ବା ବାତିଲ୍ ଚେକ୍)
UAN କିମ୍ବା EPF ସଦସ୍ୟ ବିବରଣୀ
ନୋମିନି ନଥିଲେ ଉତ୍ତରାଧିକାର ପ୍ରମାଣପତ୍ର
୨. ଫର୍ମ ଦାଖଲ କରନ୍ତୁ
ନିଯୁକ୍ତିଦାତାଙ୍କଠାରୁ ଯାଞ୍ଚ କରାଯାଇ ଆଞ୍ଚଳିକ EPFO କାର୍ଯ୍ୟାଳୟରେ ଦାଖଲ କରାଯାଇପାରିବ। ଅନେକ କ୍ଷେତ୍ରରେ ଅନଲାଇନ୍ ଦାବି ସୁବିଧା ମଧ୍ୟ ଉପଲବ୍ଧ।
୩. ଦେୟ
ଡକ୍ୟୁମେଣ୍ଟ ଯାଞ୍ଚ ପରେ, ଆମାଉଣ୍ଟ ସିଧାସଳଖ ନୋମିନିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ସାଧାରଣତଃ, କ୍ଲେମ କରିବାର ୩୦ ଦିନ ମଧ୍ୟରେ ମିଳିଯାଏ। ତେବେ କେବଳ ଇ-ନୋମିନେସନ ନୁହେଁ ଆଧାର ମାଧ୍ୟମରେ ଇ-ସାଇନ୍ ମଧ୍ୟ କରିବାକୁ ପଡିବ।
ଆହୁରି ପଢନ୍ତୁ- TMC : ତୃଣମୂଳ କଂଗ୍ରେସକୁ ଝଟକା ପରେ ଝଟକା, ସୁଖେନ୍ଦୁଙ୍କ ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଲେ ସୁସ୍ମିତା ଦେବ