କୋଲକାତା, ୧୦/୦୬ : ତୃଣମୂଳ କଂଗ୍ରେସକୁ ଝଟକା ପରେ ଝଟକା। ଗୋଟିଏ ସପ୍ତାହରେ ରାଜ୍ୟସଭା ପଦରୁ ଇସ୍ତଫା ଦେଲେଣି ୨ ସାଂସଦ। ସୁଖେନ୍ଦୁ ଶେଖରଙ୍କ ପରେ ସୁସ୍ମିତା ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ସୁସ୍ମିତା କିଛିଦିନ ହେବ ଦଳ ପ୍ରତି ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା। ଆଜି ସେ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫାର କାରଣ ସାର୍ବଜନୀନ କରି ନାହାଁନ୍ତି। ତୃଣମୂଳ କଂଗ୍ରେସରେ ବଢୁଥିବା ବିଦ୍ରୋହ ଯୋଗୁଁ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି।
ସୁସ୍ମିତା ଦେବ ପ୍ରଥମେ କଂଗ୍ରେସର ସଦସ୍ୟ ଥିଲେ। ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ। ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ। ପାର୍ଟିକୁ ଆସିବା ପରେ ତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା କରାଯାଇଥିଲା। ଏହାପରେ ମମତା ତାଙ୍କୁ ରାଜ୍ୟସଭା ପଠାଇଥିଲେ। ସୁସ୍ମିତା ଅଚାନକ ଇସ୍ତଫା ଦେବା ପରେ ମମତାଙ୍କୁ ଝଟକା ଲାଗିଛି ବୋଲି କୁହାଯାଉଛି।
ତୃଣମୂଳ କଂଗ୍ରେସ ଭିତରେ ବିଦ୍ରୋହର କାରଣ?
-କିଛି ଦିନ ହେବ ତୃଣମୂଳ କଂଗ୍ରେସ ଭିତରେ ଅସନ୍ତୋଷର ଖବର ସାମ୍ନାକୁ ଆସିଛି।
-କିଛି ନେତାଙ୍କ ଉପରେ ବିଜେପି ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି।
-ଅନେକ ବିଧାୟକ ଏବଂ ସାଂସଦ ଦଳୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା ମଧ୍ୟ ଜଣାପଡ଼ିଛି।
-ଅନେକ ବିଦ୍ରୋହୀ ନେତା ଏକ ପୃଥକ ଗୋଷ୍ଠୀ ଗଠନ କରିବାକୁ ସଙ୍କେତ ମଧ୍ୟ ଦେଇଛନ୍ତି।
-ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ କୀର୍ତ୍ତି ଆଜାଦଙ୍କ ଭଳି ନେତାମାନେ ବିଦ୍ରୋହୀ ନେତାମାନଙ୍କୁ ବିଜେପି ସହିତ ମେଣ୍ଟ କରିବାର ଅଭିଯୋଗ ଆଣିଛନ୍ତି।
-ସେହିପରି ବିଦ୍ରୋହୀ ନେତାମାନେ ଦଳ ନେତୃତ୍ଵଙ୍କ ବିରୋଧରେ ଗଣତାନ୍ତ୍ରିକ ସ୍ଵର ଚାପିବା ଅଭିଯୋଗ ଆଣିଛନ୍ତି।
ଆହୁରି ପଢନ୍ତୁ- ମାନବ ସମ୍ବଳଠୁ ମହଙ୍ଗା ପଡ଼ିବ AI; ପ୍ରାକୃତିକ ସମ୍ପଦକୁ କରିବ ନଷ୍ଟ, ଟାଣି ଆଣିବ ଜଳ-ଶକ୍ତି ସଙ୍କଟ, ଜମି ହରାଇବେ ପଛୁଆ ବର୍ଗ
ଓଡିଶୀକୁ ନେଇ ପାକିସ୍ତାନୀ ନୃତ୍ୟଶିଳ୍ପୀଙ୍କ ବିବାଦୀୟ ବୟାନ ପରେ ବଢ଼ିଲା ଚର୍ଚ୍ଚା; କ'ଣ କହୁଛନ୍ତି ଗବେଷକ...