ଭୁବନେଶ୍ବର: ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ଛାମୁଆ ନେତା ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରଦାନକୁ ନେଇ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ନିଜ ପୋଷ୍ଟରେ ମୁଖ୍ୟମନ୍ତ୍ରୀ,ନୈତିକତା ଓ ଉଚ୍ଚ ଆଦର୍ଶ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା,ଉଚ୍ଚ ଆଦର୍ଶର ପରିଚାୟକ ବୋଲି ଲେଖିଛନ୍ତି।

ମୋହନ ମାଝୀ ନିଜ ପୋଷ୍ଟରେ ଲେଖିଛନ୍ତି କି, 'ଜାତୀୟ ଶିକ୍ଷା ନୀତି (NEP 2020)' ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିବା ସହ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି ଧର୍ମେନ୍ଦ୍ର। ବୃହତ୍ତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦବୀରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତିଆଦର୍ଶର ପରିଚାୟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗାମୀ ଦିନରେ ତାଙ୍କର ଏହି କର୍ମମୟ ଯାତ୍ରା ଆହୁରି ଅଧିକ ସଫଳତା ଓ ପ୍ରତିଷ୍ଠା ଆଣିଦେବ ବୋଲି ଆମେ ସମସ୍ତେ ଦୃଢ଼ ବିଶ୍ୱାସୀ।

ଏହାସହ ପଢ଼ନ୍ତୁ: ଦେଶର ଯୁବପିଢ଼ିଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ୍: ‘କ୍ୟାରିୟରକୁ ଫୋକସ୍ କର’