ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

EPFO ସଦସ୍ୟଙ୍କ ପାଇଁ ଆସିଲା ଖୁସି ଖବର,ସହଜ ହେଲା କ୍ଲେମ୍ ସେଟେଲମେଣ୍ଟ ପ୍ରକ୍ରିୟା

Published By : Anindita Ratha | April 3, 2025 2:59 PM

ନୂଆଦିଲ୍ଲୀ,୦୩/୦୪: ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର । ଏଣିକି ଇପିଏଫ କ୍ଲେମ୍ ସେଟେଲମେଣ୍ଟ ହେବ ଆହୁରି ସରଳ । କେବଳ ଏତିକି ନୁହେଁ, ଖୁବ୍‌ଶୀଘ୍ର ଏଟିଏମ୍‌ରୁ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ ଟଙ୍କା ଉଠାଇବାର ସୁବିଧା ମଧ୍ୟ ମିଳିବ । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି କାମ । 

କୋଟି କୋଟି EPF ସଦସ୍ୟ ଏବଂ ନିଯୁକ୍ତିଦାତାଙ୍କ ପାଇଁ କ୍ଲେମ୍  ପ୍ରକ୍ରିୟାକୁ ସରଳ କରିବା ପାଇଁ ଦୁଇଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି । ପ୍ରଥମତଃ ଚେକ୍ ପତ୍ର / ପ୍ରମାଣିତ ବ୍ୟାଙ୍କ ପାସବୁକର ଫଟୋ ଅପଲୋଡ୍ କରିବାର ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପୂର୍ବରୁ, ଯଦି ଆପଣଙ୍କୁ କ୍ଲେମ୍  କରିବାକୁ ପଡୁଥିଲା, ତେବେ ଆପଣଙ୍କୁ ପ୍ରଥମେ ଚେକ୍ କିମ୍ବା ପ୍ରମାଣିତ ବ୍ୟାଙ୍କ ପାସବୁକର ଫଟୋ ଅପଲୋଡ୍ କରିବାକୁ ପଡୁଥିଲା। ସରକାର ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୮ କୋଟି ସଦସ୍ୟ ଉପକୃତ ହେବେ।

ଏହା ମଧ୍ୟ ପଢନ୍ତୁ- ୱାକଫ୍‌ ବିଲ୍‌ ବିରୁଦ୍ଧରେ ରାଜ୍ୟସଭାରେ ଭୋଟ ଦେବ ବିଜେଡି: ସଂସଦ ସସ୍ମିତ ପାତ୍ର

ସେହିପରି ଅନ୍ୟ ଏକ ପରିବର୍ତ୍ତନ ଅନୁଯାୟୀ ଏବେ ଜଣେ ସଦସ୍ୟଙ୍କୁ UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସହିତ ବ୍ୟାଙ୍କ ଆକାଉଣ୍ଟ ସିଡ୍ କରିବା ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ନାହିଁ। ପୂର୍ବରୁ, ସଦସ୍ୟମାନେ ନିଯୁକ୍ତିଦାତାଙ୍କ ଅନୁମୋଦନ ବିନା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ UAN ସିଡ୍ କରିପାରୁନ ଥିଲେ। ତେବେ ଏହି ସୁବିଧାରେ ପ୍ରାୟ ୧୫ ଲକ୍ଷ ସଦସ୍ୟଉପଲବ୍ଧ ହେବେ। ସରକାର EPFO ରୁ କ୍ଲେମ୍ କରିବାର ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.