ନୂଆଦିଲ୍ଲୀ,୧୪।୩: ଆମେରିକା-ଇସ୍ରାଏଲ-ଇରାନ ଭିତରେ ବଢୁଥିବା ଯୁଦ୍ଧ ବିଶ୍ବରେ ଶକ୍ତି ସଙ୍କଟ ଗମ୍ଭୀର କରିଛି। ଏହା ଭିତରେ ୟୁରୋପୀୟ ରାଷ୍ଟ୍ରଦୂତ ଶନିବାର ଚେତାବନୀ ଦେଇଛନ୍ତି। ସେ ଚିନ୍ତା ପ୍ରକାଶ କରିଛନ୍ତି, ଏହି ନୂଆ ସଙ୍କଟ କାରଣରୁ ଦୁନିଆର ଧ୍ୟାନ ରୁଷ-ୟୁକ୍ରେନ୍ ସଂଘର୍ଷରୁ ହଟୁଛି। ଯାହାକି ଏବେ ୫ ବର୍ଷରେ ପ୍ରବେଶ କରିସାରିଛି। ୟୁରୋପ ଏହି ଉପସାଗରୀୟ ଯୁଦ୍ଧରେ ସାମିଲ ନାହିଁ, କିନ୍ତୁ ଏହାଦ୍ବାରା ଆର୍ଥିକ ପରିଣାମ ତାକୁ ଭୋଗିବାକୁ ପଡୁଛି। ସେ ସାମରିକ ହସ୍ତକ୍ଷେପ ବଦଳରେ କୁଟନୀତି ଓ ଶାନ୍ତିର କଡା ଆହ୍ବାନ ଦେଇଛନ୍ତି।
ଭାରତରେ ଥିବା ଜର୍ମାନର ରାଷ୍ଟଦୂତ ଫିଲିକ୍ ଏକରମ୍ୟାନ ରୁଷ ତୈଳ ଉପରେ ଲାଗିଥିବା ‘ପ୍ରାଇସ୍ କ୍ୟାପ୍’(ମୂଲ୍ୟ ସୀମା)କୁ ହଟାଇବାର କଡା ବିରୋଧ କରିଚନ୍ତି। ସେ କହିଛନ୍ତି,ଏଭଳି କରି ମସ୍କୋକୁ ୟୁକ୍ରେନ୍ ଯୁଦ୍ଧ ଜାରି ରଖିବା ପାଇଁ ଆର୍ଥିକ ମଜବୁତୀ ମିଳିବ। ସେ ସ୍ପଷ୍ଟ କରିଛନ୍ତି, ଆମେ ରୁଷ ତୈଳ କିଣୁନୁ, ଗୋଟେ ବୁନ୍ଦା ତେଲ ଆମ ପାଖକୁ ଆସେନି। ଆମେରିକା କିଛି ଦିନ ତଳେ ରୁଷ ତୈଳ ଉପରେ ଲାଗିଥିବା କଟକଣା ଅସ୍ଥାୟୀ ରୂପରେ ହଟାଇ ଦେଇଛି। ୟୁରୋପୀୟ ଦେଶ ଏହାର ବିରୋଧ କରୁଛନ୍ତି।
୨୮ ଫେବୃଆରୀରେ ଇରାନ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ ଏହାପରେ ଇରାନର ପାଲଟା ଆକ୍ରମଣ ବିଶ୍ବ ଶକ୍ତି ବଜାରକୁ ପ୍ରଭାବିତ କରିଛି। ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଆମେରିକା ଓ ଇସ୍ରାଏଲ ସମ୍ପର୍କିତ ଜାହାଜ ପାଇଁ ବ୍ଲକ କରିଦେଇଛି। ତେବେ ଭାରତ ଯାଉଥିବା କିଛି ଟ୍ୟାଙ୍କରକୁ ଛାଡ ଦିଆଯାଇଛି। ଏକରମ୍ୟାନ୍ କହିଛନ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଭାବୀ ରୂପରେ ବନ୍ଦ ରହିଛି। ୟୁରୋପରେ ମୂଲ୍ୟ ବଢୁଛି, ଆମର ଅର୍ଥବ୍ୟବସ୍ଥା ଧିମା ହେଉଛି ଓ ଲୋକ ଅସନ୍ତୁଷ୍ଟ ଅଛନ୍ତି। ଏହା ହେଉଛି ସେହି ଯୁଦ୍ଧର ପରିଣାମ ଯେଉଁଥିରେ ଆମେ ସାମିଲ ମଧ୍ୟ ନୁହେଁ,କିନ୍ତୁ ଆମେ କୁଟନୈତିକ ଭାବରେ ସକ୍ରିୟ ଅଛୁ।
ଆହୁରି ପଢନ୍ତୁ : ବାଗଦାଦରେ ଆମେରିକୀୟ ଦୂତାବାସ ଉପରେ ଇରାନର ବଡ଼ ଆକ୍ରମଣ, ହୁ-ହୁ ହୋଇ ଜଳୁଛି ହେଲିପ୍ୟାଡ୍