ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଇସ୍ରାଏଲ-ଇରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ, ଇରାନ ସହ ୟୁରୋପୀୟ ନେତାଙ୍କ ବୈଠକ

Published By : Harapriya Sethi | June 21, 2025 2:13 PM

ଜେନେଭା, ୨୧/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଲାଗି ରହିଥିଲା ବେଳେ ସମଗ୍ର ବିଶ୍ୱରେ ତାର ପ୍ରଭାବ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଯୁଦ୍ଧ ବନ୍ଦ କରି ଇରାନକୁ ଆଣବିକ ଆଲୋଚନାକୁ ଆଣିବା ଲାଗି ୟୁରୋପୀୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ଜେନେଭା ଠାରେ ଏକ ବୈଠକରେ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଏକାଠି ହୋଇଥିଲା ବେଳେ ଏଥିରେ ଇରାନର ବିଦେଶ ମନ୍ତ୍ରୀ ଅକ୍ରାସ ଅରାଘଚି ସାମିଲ ହୋଇଥିଲେ । ବୈଠକରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ୟୁରୋପୀୟ ୟୁନିଅନର ବିଦେଶ ମନ୍ତ୍ରୀମାନେ ସାମିଲ ହୋଇଥିଲେ । କୂଟନୈତିକ ସ୍ତରରେ ଇସ୍ରାଏଲ-ଇରାନ ସମସ୍ୟାର ସମାଧାନ ଲାଗି ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି । 

ବୈଠକ ପୂର୍ବରୁ ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ୟୁରୋପୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଇରାନ ସହ ସିଧାସଳଖ ଆଣବିକ କଥାବାର୍ତ୍ତା କରିବା ଲାଗି ତାଙ୍କ ଦେଶ ରାଜି ଅଛି । ତେଣୁ ୟୁରୋପୀୟ ନେତାମାନେ ଇରାନର ବିଦେଶ ମନ୍ତ୍ରୀଙ୍କୁ ଆଣବିକ କାର୍ଯ୍ୟକ୍ରମ ଉପରେ ଆମେରିକା କଥାବାର୍ତ୍ତା କରିବାକୁ ଆଗ୍ରହୀ ଥିବା ଜଣାଇଛନ୍ତି । ଇରାନକୁ ଆଲୋଚନାର ଟେବୁଲକୁ ଆଣି ଯୁଦ୍ଧର ଘନଘଟା ହ୍ରାସ କରିବାକୁ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଚାହୁଁଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଏହି ଜେନେଭା ଆଲୋଚନା ଉପରେ ତୀକ୍ଷ୍ଣ ନଜର ରଖିଛି । ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ଡାନିଏଲ ମେରୋନ କହିଛନ୍ତି ଯେ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଇରାନକୁ ସମ୍ପୂର୍ଣ୍ଣ ଭାବେ ଆଣବିକ କାର୍ଯ୍ୟକ୍ରମକୁ ନିବୃତ୍ତ କରାଇବା ଆବଶ୍ୟକ । ଇରାନର ଆଣବିକ କାର୍ଯ୍ୟକ୍ରମ ସବୁବେଳେ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଆସିଛି । ବିଶେଷକରି ୨୦୧୮ରେ ଆମେରିକା ଏକତରଫା ଭାବେ ଜେସିପିଓଏ (ଜଏଣ୍ଟ କମ୍ପ୍ରେନ୍‌ସିଭ ପ୍ଲାନ୍‌ ଅଫ୍‌ ଆକ୍ସନ)ରୁ ଓହରିଯିବା ପରେ ଇରାନ ତାର ଆଣବିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲା । ଅନୁମୋଦିତ ପରିମାଣ ଠାରୁ ଅଧିକ ୟୁରାନିୟମ ଗଚ୍ଛିତ ରଖିଥିଲା । ଯାହାକୁ ନେଇ ଇସ୍ରାଏଲ ସମେତ ଆମେରିକା ଓ ଅନ୍ୟାନ୍ୟ ଦେଶମାନେ ଗଭୀର ଚିନ୍ତା ପ୍ରକଟ କରିଆସିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.