କୋଣାର୍କ,୧୦।୨(ଆପ୍ର) ; କୋଣାର୍କ-କାକଟପୁର ରାସ୍ତା ବାଲିଦୋକାନ ଜମରା ଛକ ନିକଟରେ ଏକ ଇଭି ସ୍କୁଟି ହୁତୁହୁତୁ ହୋଇ ଜଳିଯାଇଛି। କୋଣାର୍କ ଥାନା ତଇଲ ଗ୍ରାମର ବିଶ୍ବଭୂଷଣ ବେହେରା ଏହି ବାଇକରେ ଘରକୁ ଫେରୁଥିଲେ। ବାଇକଟି ଚଲାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଗାଡ଼ିଟି ଜଳି ପାଉଁଶ ହୋଇଯାଇଥିଲେ। ତେବେ ବାଇକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।