ଖୋର୍ଦ୍ଧା, ୨୫।୭: ଗଙ୍ଗପଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ହାଇୱା । ସ୍କୁଟିରେ ଯାଉଥିବା ବାପା ଓ ଝିଅଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।ଘଟଣାସ୍ଥଳରେ ସ୍ଥାନୀୟ ଲୋକ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । କିଛି ସମୟ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପକ୍ଷରେ ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ବାପ ଝିଅଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ସେମାନଙ୍କ ପରିବାର ର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାଏ ସହାୟତା ଘୋଷଣା କରିଛନ୍ତି।

ଆହୁରି ପଢନ୍ତୁ : ବର୍ଷା ପାଇଁ ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ତିନି ଦିନ ସମୁଦ୍ର ଯିବାକୁ ବାରଣ