ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇଭି କ୍ଷେତ୍ର ଟାଣିବ ୩.୪ ଲକ୍ଷ କୋଟିର ନିବେଶ,୨୦୩୦ ସୁଦ୍ଧା ଇଭି ବିକ୍ରି ଅଂଶ ୩୦% କରିବା ଲକ୍ଷ୍ୟ

Published By : Prameya | December 13, 2024 1:48 PM

ନୂଆଦିଲ୍ଲୀ,୧୩/୧୨: ଏବେ ପରିବେଶ  ପ୍ରଦୂଷଣ ଚିନ୍ତାଜନକ ହୋଇଛି । ଦେଶରେ ପ୍ରଦୂଷଣ  କମାଇବା ଲାଗି ସରକାର ପରିବେଶ ଉପଯୋଗୀ  ଇଲେକ୍ଟ୍ରିକ ଭେଇକିଲ (ଇଭି) ଗ୍ରହଣୀୟତାକୁ  ଏବେ ପ୍ରୋତ୍ସାହିତ କରୁଛନ୍ତି । ଘରୋଇ ବଜାରରେ  ଲଗାତାର ଇଭି ବିକ୍ରି ବଢ଼ୁଛି। ଏହାକୁ ନଜରରେ  ରଖି ବିଭିନ୍ନ କମ୍ପାନି ଏ କ୍ଷେତ୍ରରେ ନିବେଶ ଲାଗି  ଆଗଭର ହେଉଛନ୍ତି । ଦେଶର ଇଭି କ୍ଷେତ୍ରରେ  ଉଭୟ ଘରୋଇ ଏବଂ ବିଦେଶୀ କମ୍ପାନିଗୁଡିକ  ୩.୪ ଲକ୍ଷ କୋଟି ଟଙ୍କା ନିବେଶ କରିବାର ଢ଼େର  ସମ୍ଭାବନା ରହିଥିବା କନସଲଟିଂ ଫାର୍ମ କୋଲିୟର୍ସ  ଏକ ରିପୋର୍ଟରେ କହିଛି ।  

ଏହି ରିପୋର୍ଟ ମୁତାବକ, ଲିଥୟମ ଆୟନ  ବ୍ୟାଟେରୀ ବିନିର୍ମାଣ କ୍ଷେତ୍ରରେ ୨୭ ବିଲିୟନ  ଡଲାର ନିବେଶ ହେବ । ସେହିଭଳି ୯ ବିଲିୟନ  ଡଲାର ପ୍ରମୁଖ ଯନ୍ତ୍ରାଂଶ ଏବଂ ଇଭି ବିନିର୍ମାଣ  ଇକୋସିଷ୍ଟମରେ ନିବେଶ ହେବ । ଏବେ ଇଭି  ଗ୍ରହଣୀୟତା ତ୍ୱରାନ୍ୱିତ ହୋଇଛି । ୨୦୩୦ ସୁଦ୍ଧା ଇଭି  ସଂଖ୍ୟା ୩୦% କରିବା ଲକ୍ଷ୍ୟ ଦିଗରେ ସରକାର  ଏବେ ଅଗ୍ରସର ହେଉଛନ୍ତି । ବର୍ତ୍ତମାନ ଦେଶରେ  ବିକ୍ରି ହେଉଥିବା ମୋଟ ଯାନ ମଧ୍ୟରୁ ଇଭିର ଅଂଶ  ୮% ରହିଛି । ସେହିଭଳି ଚଳିତ ବର୍ଷ ୨୦ ଲକ୍ଷ  ଇଭି ବିକ୍ରି ହେବା ନେଇ ଆକଳନ କରାଯାଇଛି । 

ଦେଶରେ ଇଭିର ବଜାର ୩.୨୧ ବିଲିୟନ  ଡଲାର ଟପିଛି । ୨୦୩୦ ବେଳକୁ ଏହା ବାର୍ଷିକ  ୪୪% ହାରରେ ବଢ଼ିବ ବୋଲି ଆକଳନ  କରାଯାଇଛି । ଏବେ କମ୍ପାନିଗୁଡିକ ବଜାରକୁ ୨  ଚକିଆ, ୩ ଚକିଆ, ପାସେଞ୍ଜର କାର, ବସ୍‌  ଏବଂ ବାଣିଜ୍ୟିକ ଯାନ ଛାଡିଛନ୍ତି । ଦେଶ ମଧ୍ୟରେ  ଇଭିକୁ ପ୍ରୋତ୍ସାହିତ କରିବା ଲାଗି ସରକାର  ନୀତିଗତ ପଦକ୍ଷେପ ସହ ଆର୍ôଥକ ସହାୟତା  ପ୍ରଦାନ କରୁଛନ୍ତି ।  

୨୦୧୫ରେ ଏ ଦିଗରେ ଆସିଥିବା ଫେମ୍‌  ଇଣ୍ଡିଆ ସ୍କିମ୍‌ ଏ କ୍ଷେତ୍ରରେ ଗେମ୍‌ ଗେଞ୍ଜର ସାବ୍ୟସ୍ତ  ହୋଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯- ୨୦୨୪ ଯାଏ କେନ୍ଦ୍ର ସରକାର ୧୦ ହଜାର କୋଟି  ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।  ଏହି ରାଶି ଇଭି କ୍ରୟରେ ସବ୍‌ସିଡି, ସାଧାରଣ  ପରିବହନରେ ଇଭିର ବ୍ୟବହାର ଏବଂ ଇଭି  ଭିତ୍ତିଭୂମି ବିକାଶ ଦିଗରେ ପ୍ରୋତ୍ସାହନ ରାଶି ଭାବେ  ବ୍ୟବହାର କରାଯାଇଥିଲା । ଏହାବାଦ ଉତ୍ପାଦନ  ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ)ସ୍କିମ ଅଧିନରେ  ଏହି କ୍ଷେତ୍ରକୁ ବଳ ଦେବା ଲାଗି ସରକାରଙ୍କ  ଯୋଜନା ମଧ୍ୟ ବିଶେଷ ଭାବେ ସହାୟକ ହେଉଛି । 

ସରକାର ଦେଶ ମଧ୍ୟରେ ଏସିସି ବ୍ୟାଟେରୀ  ଉତ୍ପାଦନ ଲାଗି ୧୮,୧୦୦ କୋଟିର ପ୍ରୋତ୍ସାହନ  ରାଶି ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।  ସେହିଭଳି ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ  କ୍ଷେତ୍ରରେ ୨୫,୯୩୮ କୋଟିର ପ୍ରୋତ୍ସାହନ ଦ୍ୱାରା  ଦେଶ ମଧ୍ୟରେ ଇଭି ବିନିର୍ମାଣକୁ ମଧ୍ୟ ଉତ୍ସାହିତ  କରାଯାଉଛି । କେବଳ କେନ୍ଦ୍ର ସରକାର ନୁହନ୍ତି  ରାଜ୍ୟ ଗୁଡିକ ମଧ୍ୟ ଇଭି ଗ୍ରହଣୀୟତା ବୃଦ୍ଧି ଲାଗି  ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ଦେଖାଯାଉଛି ।  ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ  କର୍ଣ୍ଣାଟକ ଭଳି ରାଜ୍ୟ ଗୁଡିକ ଏକ୍ଷେତ୍ରରେ ଆଗରେ ରହିଛନ୍ତି । ଇ-ଯାନ କ୍ରୟ କ୍ଷେତ୍ରରେ  ଲୋକଙ୍କୁ ସବ୍‌ସିଡି, ଟିକସ ରିହାତି ଏବଂ ଇଭି  କମ୍ପାନିଗୁଡିକୁ ମଧ୍ୟ ରାଜ୍ୟ ପ୍ରୋତ୍ସାହିତ କରୁଛନ୍ତି।  

ଇଭି ଏବଂ ଚାର୍ଜର ଉପରେ ଜିଏସ୍‌ଟିକୁ ଯଥାକ୍ରମେ  ୫% ଏବଂ ୧୮% ହ୍ରାସ କରାଯାଇଛି । ୨୦୨୪ର  ଅଦ୍ୟାବଧି ଦେଶରେ ୮ ହଜାର ପବ୍ଲିକ ଚାର୍ଜିଂ  ଷ୍ଟେଶନ ରହିଛି । ୨୦୩୦ ସୁଦ୍ଧା ୧୦ ଲକ୍ଷ ଚାର୍ଜିଂ  ଷ୍ଟେଶନ ସ୍ଥାପନ ଲକ୍ଷ୍ୟ ରହିଛି ।  ଇଭି ଦାମ ଅଧିକ ରହୁଥିବାରୁ ଏହା ଗ୍ରାହକଙ୍କୁ  ଏତେଟା ଆକୃଷ୍ଟ କରିପାରୁନି । ସେହିଭଳି  ଗ୍ରାମାଞ୍ଚଳରେ ଚାର୍ଜିଂ ଭିତ୍ତିଭୂମି ଅଭାବ, ବ୍ୟାଟେରୀ  ଯୋଗାଣ ଚେନ୍‌ ଏବଂ ଯାନର ଓନରଶିପକୁ  ନେଇ ସଚେତନତା ଏତେଟା ନାହିଁ । ତେବେ  ଏହି କ୍ଷେତ୍ର ସ୍ଥାନିୟ ବିନିର୍ମାଣ, ଅଭିନବ ବାଣିଜ୍ୟ  ମଡେଲ, ଅର୍ବାନ ମୋବିଲିଟି, ରପ୍ତାନି ସୁଯୋଗ  ସହ ଗବେଷଣା ଏବଂ ବିକାଶକୁ ତ୍ୱରାନ୍ୱିତ କରିବ  ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.