ଭଦ୍ରକ, ୨୩/୧୦ : ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା । ୨୪ରେ ନେବ ଭୀଷଣ ବାତ୍ୟାର ରୂପ । ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଦାନା’ । ଏହାକୁ ଆଖିରେ ରଖି ଭଦ୍ରକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୧୪୧ଗର୍ଭବତୀ ସ୍ଥାନାନ୍ତର, ୧୧୪ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁରକ୍ଷା ପାଇଁ ସମସ୍ତ ହାଇ ମାସ୍କ ଲାଇଟକୁ ଡାଉନ୍ କରାଯାଇଛି । ବାତ୍ୟା ଓ ପବନକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ବାତ୍ୟା ଦାନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ହେଲ୍ଫ ଲାଇନ ନମ୍ବର ଜାରି କରାଯାଇଛି । ବାତ୍ୟା ସମ୍ପର୍କିତ ସହାୟତା ପାଇଁ ଏହି ନମ୍ବର ଜାରି ହୋଇଛି । ସମସ୍ତ ବ୍ଲକ୍ ସହ ଜରୁରିକାଳୀନ ବିଭାଗ ଅଧିକାରୀଙ୍କ ନମ୍ୱର୍ ଜାରି ।