ଭୁବନେଶ୍ୱର,୦୪/୦୪: ହୋଲ୍ଡିଂ ଟିକସ ବକେୟା ରଖିଥିଲେ ଏଣିକି ବାଜିବ ବିଏମ୍‌ସି ଛାଟ ।  ପ୍ରତି ୩ ମାସରେ ସୋସିଆଲ ମିଡିଆରେ ଖିଲାପୀଙ୍କ ତାଲିକା ଛଡ଼ାଯିବ । ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି । 

ବର୍ଷ ବର୍ଷ ଧରି ବିଏମ୍‌ସି ଏକାଧିକ  ଅନୁଷ୍ଠାନ ବିଭିନ୍ନ ପ୍ରକାର ଟିକସ ପୈଠ କରୁନଥିଲେ ।  ଏପରି କି କିଛି ବଡ ଅନୁଷ୍ଠାନ ହୋଲ୍ଡିଂ ଟ୍ୟାକ୍ସ ବାକି  ରଖିଥିଲେ । ବକେୟା ଗଡ଼ିବା ଫଳରେ ବିଏମ୍‌ସି  ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ । ଖାଲି ହୋଲ୍ଡିଂ  ଟ୍ୟାକ୍ସ ନୁହେଁ, ବିଜ୍ଞାପନ, ପାର୍କିଂ ଏବଂ ଅନ୍ୟାନ ଟ୍ୟାକ୍ସ  ବି ସଠିକ ଭାବରେ ଆଦାୟ ହୋଇ ପାରୁନି । 

ବିଏମ୍‌ସି  ପକ୍ଷରୁ ଚଳିତ ବର୍ଷ ମୋଟ୍‌ ୨୩୦ କୋଟି ଟଙ୍କାର  ରାଜସ୍ୱ ଆଦାୟ ହୋଇଛି । ପ୍ରଥମ ଥର ପାଇଁ ବିଏମ୍‌ସି  ୧୦୦ କୋଟି ହୋଲ୍ଡିଂ ଟ୍ୟାକ୍ସ ଛୁଇଁଛି । ଦକ୍ଷିଣ-ପୂର୍ବ  ଜୋନକୁ ୩୭.୯୮କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ  ଟାର୍ଗେଟ ଦିଆଯାଇଥିଲା । ହେଲେ ଆଦାୟ ହୋଇଛି  ୩୦ କୋଟି । ଟାର୍ଗେଟର ୬୪ ପ୍ରତିଶତ ଆଦାୟ କରିଛି  ଜୋନ୍‌ । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ ୩୭.୯୮  କୋଟି ଟାଗେର୍ଟ ଥିବା ବେଳେ ଆଦାୟ ହୋଇଛି ମାତ୍ର  ୨୭ କୋଟି । ଉତ୍ତର ଜୋରେ ୪୯.୪୬ କୋଟି  ଟାର୍ଗେଟରୁ ମାତ୍ର ୩୨ କୋଟି ଟଙ୍କା ଆଦାୟ ହୋଇଛି ।