PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଅନିଲଙ୍କ ହାତରେ ଆଉ ମାତ୍ର ଦୁଇ ଦିନ, ଟଙ୍କା ଯୋଗାଡ଼ କରିନପାରିଲେ ଜେଲ୍, ୭୦୦ କୋଟି ମାଗିଲା ବିଏସ୍ଏନ୍ଏଲ୍

ନୂଆଦିଳ୍ଳୀ ୧୮।୩: ଧୀରୁଭାଇ ଅମ୍ବାନିଙ୍କ ସାନପୁଅଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ନିଜ ପ୍ରତିଷ୍ଠା ବଞ୍ଚାଇବାକୁ ସଂଘର୍ଷ କରୁଥିବା ଅନିଲଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଦୁଇ ଦିନ ତଳେ ଜାତୀୟ କମ୍ପାନି ଲ’ ଟ୍ରିବ୍ୟୁନାଲ୍ ଏକ ଝଟକା ଦେଇଥିଲେ। ତାଙ୍କ ମୋବାଇଲ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ନାମରେ ଯେଉଁ ୨୬୦ କୋଟି ଟଙ୍କାର ଆୟକାର ରିଟର୍ଣ୍ଣ ଆସିଛି ତାହା କମ୍ପାନି ଖାତାକୁ କରିବା ପାଇଁ ନିର୍ଦେଶ ଦେବାକୁ ଟ୍ରିବ୍ୟୁନାଲ ମନା କରିଥିଲେ। 

ଏରିକ୍ସନକୁ ସେହି ଟଙ୍କା ପେମେଣ୍ଟ କରିବାକୁ ଚାହୁଁଥିଲେ ଅନିଲ। ଏରିକ୍ସନ ସମସ୍ୟା ତୁଟିନଥିବା ବେଳେ ସରକାରୀ ମୋବାଇଲ କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ୍ ଏବେ ଅନିଲଙ୍କ ଉପରେ ପଡ଼ିଯାଇଛି। ତାଙ୍କ କମ୍ପାନି ଠାରୁ ୭୦୦ କୋଟି ପାଇବା ପାଇଁ ବିଏସ୍ଏନ୍ଏଲ୍ ଏନସିଏଲ୍ଟି  ଯିବାକୁ ଧମକ ଦେଇଛି। ରିଲାଏନ୍ସ କମ୍ୟୁନିକେସନ୍ ଯେଉଁ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲା ତାହାକୁ ବିଏସ୍ଏନ୍ଏଲ୍ ଖାତାକୁ ନେଇସାରିଛି। ବଳକା ଟଙ୍କା ଆଦାୟ କରିବା ପାଇଁ ଏହା ଆଇନ ସହାୟତା ନେବାକୁ ଚାହୁଁଛି। ସେଥିପାଇଁ ଏକ ଆଇନ ଫର୍ମକୁ ନିଯୁକ୍ତି କରିଛି।

ମାର୍ଚ୍ଚ ୧୯ସୁଦ୍ଧା ଏରିକ୍ସନର ସବୁ ପେମେଣ୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନିଲଙ୍କୁ ନିର୍ଦେଶ ଦେଇଛନ୍ତି। ସେହି ନିର୍ଦେଶ ପାଳନ କରିବା ପାଇଁ ତାଙ୍କ ପାଖରେ ଆଉ ମାତ୍ର ଦୁଇ ଦିନ ସମୟ ରହିଛି। ଯଦି ଟଙ୍କା ଯୋଗାଡ଼ କରିବାରେ ସେ ବିଫଳ ହେବେ ତେବେ ସୁପ୍ରିମକୋର୍ଟଙ୍କ ଚେତାବନୀ ମୁତାବକ ତାଙ୍କୁ ତିନି ମାସ ଜେଳ୍ ଯିବାକୁ ପଡ଼ିବ। ରିଳାଏନ୍ସ କମ୍ୟୁନିକେସନର ନେଟଓ୍ବାର୍କ କୁ ବିଦେଶୀ କମ୍ପାନି ଏରିକ୍ସନ ସମ୍ଭାଳୁଥିଲା। ମାତ୍ର ଅନିଲଙ୍କ ବଡ଼ ଭାଇ ମୁକେଶଙ୍କ ରିଲାଏନ୍ସ ଜିଓ ମୋବାଇଲ୍ କାରବାରରେ ପ୍ରବେଶ କରିବା ପରେ ଅନ୍ୟ ସବୁ କମ୍ପାନି ଭଳି ଅନିଲଙ୍କ ରିଲାଏନ୍ସ କମ୍ୟୁନିକେସନର ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା।

ଏରିକ୍ସନକୁ ଦେବାକୁ ଥିବା ୫୭୧କୋଟି ଟଙ୍କା କମ୍ପାନି ଦେଇପାରିନଥିଲା। ବହୁଦିନ ପର୍ଯ୍ୟନ୍ତ ନିଜ ପ୍ରାପ୍ୟ ନପାଇବାରୁ ଏରିକ୍ସନ ପକ୍ଷରୁ ସୁପ୍ରମକୋର୍ଟରେ ଆବେଦନ କରାଯାଇଥିଲା। ଏବଂ ଶୁଣାଣି ବେଳେ ଅନିଲ ପ୍ରତିଶ୍ରୁତି ଦେଇଥିଲେ ଯେ ଏକ ନିଦ୍ଦିଷ୍ଟ ସମୟ ଭିତରେ ସେ ପେମେଣ୍ଟ କରିଦେବେ। କିନ୍ତୁ ଟଙ୍କା ଯୋଗାଡ ନ ହେବାରୁ କୋର୍ଟଙ୍କ ନିର୍ଦେଶ ପାଳନ କରିପାରିଲେ ନାହିଁ। ଏହା ପରେ କିଛି ମାସ ତଳେ ଏରିକ୍ସନ ପକ୍ଷରୁ ଅନିଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା ଏବଂ ସେଥିରେ ଅନିଲଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି।

ସମ୍ବନ୍ଧିତ ଖବର