PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଆର୍‌ଟିଆଇ କର୍ମୀଙ୍କୁ ହତ୍ୟା: ପୂର୍ବତନ ବିଜେପି ସାଂସଦଙ୍କୁ ଆଜୀବନ ଜେଲ୍‌

ଅହମ୍ମଦାବାଦ,୧୧ ।୭(ଏଜେନ୍ସି): ଗୁଜରାଟର ସୂଚନା ଅଧିକାର (ଆର୍‌ଟିଆଇ) କର୍ମୀ ଅମିତ ଜେଠୱା ହତ୍ୟା ମାମଲାରେ ଆଜି ସ୍ଥାନୀୟ ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ ସାଂସଦ ଦିନୁ ବୋଘା ସୋଲାଙ୍କି ଓ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ସ୍ୱତନ୍ତ୍ର କୋର୍ଟ ବିଚାରପତି କେ.ଏମ୍‌. ଡାଭେ ସମସ୍ତ ୭ ଅଭିଯୁକ୍ତଙ୍କ ଉପରେ ମୋଟ ୫୯ଲକ୍ଷ ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି ।
ଦଣ୍ଡିତ ହୋଇଥିବା ଅନ୍ୟ ୬ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସୋଲାଙ୍କିଙ୍କ ପୁତୁରା ଶିବ ସୋଲାଙ୍କି, ଶୈଳେଶ ପାଣ୍ଡେ, ବାହାଦୂରସିହ୍ନ ଭଦେର, ପଞ୍ଚନ ଜି. ଦେଶାଇ, ସଞ୍ଜୟ ଚୌହାନ ଓ ଉଦାଜି ଠାକୋର । ଜରିମାନା ଅର୍ଥରୁ ୧୧ ଲକ୍ଷ ଟଙ୍କା ଜେଠୱାଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ମଧ୍ୟରୁ ଜେଠୱାଙ୍କ ପତ୍ନୀଙ୍କ ନାମରେ ୫ଲକ୍ଷ ଓ ତାଙ୍କର ଦୁଇ ପୁଅଙ୍କ ନାମରେ ୩ଲକ୍ଷ ଟଙ୍କା ଲେଖାଏଁ ଜାତୀୟକରଣ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ କରାଯିବ ବୋଲି ବିଚାରପତି ଡାଭେ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି । ସ୍ୱତନ୍ତ୍ର କୋର୍ଟ ଗତ ଶନିବାର ଅଭିଯୁକ୍ତମାନଙ୍କୁ ହତ୍ୟା, ଅପରାଧ ଷଡଯନ୍ତ୍ର, ତଥ୍ୟ ପ୍ରମାଣ ନଷ୍ଟ ଓ ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଦଣ୍ଡାଦେଶ ଶୁଣାଣିକୁ ଜୁଲାଇ ୧୧ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ ସୋଲାଙ୍କି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଜୁନାଗଡ ସାଂସଦ ରହିଥିଲେ ।

ସୂଚନା ଅନୁସାରେ ଗିର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ତାହାର ଆଖପାଖ ଅଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ ଖଣି ଖନନ କରାଯାଉଥିଲା । ଏଥିରେ ସୋଲାଙ୍କି ସମ୍ପୃକ୍ତ ଥିଲେ । ପେସାରେ ଆଇନଜୀବୀ ଥିବା ଜେଠୱା ଆର୍‌ଟିଆଇ ମାଧ୍ୟମରେ ଏହି ବେଆଇନ ଖଣି ଖନନର ପର୍ଦ୍ଦାଫାସ କରିଥିଲେ । ଏଥିସହିତ ସେ ଏହା ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌)ଦାୟର କରିଥିଲେ । ଏହି ମାମଲାର ଶୁଣାଣି ଚାଲିଥିଲା ବେଳେ ହାଇକୋର୍ଟ ବାହାରେ ୨୦୧୦ ଜୁଲାଇ ୨୦ ତାରିଖରେ ଜେଠୱାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପ୍ରାରମ୍ଭରେ ଅହମ୍ମଦାବାଦ ପୁଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ସୋଲାଙ୍କିଙ୍କୁ କ୍ଲିନ୍‌ଚିଟ ଦେଇଥିଲା । ମାତ୍ର ପୁଲିସ ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ହାଇକୋର୍ଟ ୨୦୧୩ରେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ ।

ସିବିଆଇ ୨୦୧୩ ରେ ଦିଲ୍ଲୀରୁ ସୋଲାଙ୍କିଙ୍କୁ ଗିରଫ କରିଥିଲା । ସେହିବର୍ଷ ନଭେମ୍ବରରେ ତଦନ୍ତକାରୀ ସଂସ୍ଥା ସୋଲାଙ୍କି ଓ ଅନ୍ୟ ୬ ଜଣଙ୍କ ନାମରେ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା । ୨୦୧୬ ମେ’ରେ ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଓ ଅପରାଧ ଷଡଯନ୍ତ୍ର ଅଭିଯୋଗରେ ଚାର୍ଜଫ୍ରେମ କରିଥିଲେ । ଏହି ମାମଲାରେ ମୋଟ ୧୯୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ମାତ୍ର ସୋଲାଙ୍କିଙ୍କ ଧମକ ଯୋଗୁ ୧୦୫ ଜଣ ସାକ୍ଷୀ କୋର୍ଟରେ ଶୁଣାଣି ବେଳେ ନିଜର ବୟାନ ବଦଳାଇଥିଲେ । ଜେଠୱାଙ୍କ ପିତା ଭିକାଭାଇ ଜେଠୱା ମାମଲାର ସାନି ଶୁଣାଣି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୭ରେ ହାଇକୋର୍ଟ ମାମଲାର ସାନି ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର